ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ସବୁ ଅଭିଯୁକ୍ତ ଜାମିନ୍‌ରେ ମୁକୁଳିଲେ

ବଲାଙ୍ଗୀରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଁ ମଝିରେ ବାନ୍ଧି ମାଡ଼ ମାରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଥିଲା। କିଛି ଦିନ ଭିତ‌ରେ ସବୁ ଅଭିଯୁକ୍ତ ଗିରଫ ହେଲେ।

court

ବଲାଙ୍ଗୀର: ବଲାଙ୍ଗୀରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଁ ମଝିରେ ବାନ୍ଧି ମାଡ଼ ମାରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଥିଲା। କିଛି ଦିନ ଭିତ‌ରେ ସବୁ ଅଭିଯୁକ୍ତ ଗିରଫ ହେଲେ। ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ମଧ୍ୟ ଗିରଫ ହେଲା। ବଲାଙ୍ଗୀର ଏସ୍‌ଡିଜେମ୍‌ କୋର୍ଟରୁ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସମେତ ଅନ୍ୟ ଅଭିଯୁକ୍ତ କୁଲଥିପାଲି ଗାଁର ଅବିନାଶ ଦଲେଇ, ଗୁମର ନାଏକ ଓ ବଲାଙ୍ଗୀର ବରପାଲିପଡ଼ାର ଆଦିତ୍ୟ ଜେନା ଜାମିନ ପାଇଛନ୍ତି।

ଅନ୍ୟପକ୍ଷରେ, ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ ନିଜ ପଟୁ ମାମଲା ରୁଜୁ କରିଛନ୍ତି। ଦୁଇ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଗତ ୨୩ ତାରିଖ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ କୁଲଥିପାଲି ଗାଁକୁ ଯାଇଥିବାବେଳେ ଗଜେନ୍ଦ୍ରର ଇଙ୍ଗିତରେ ତାଙ୍କୁ ମାଡ୍‌ପିଟ୍‌ ‌ହୋଇଥିଲା। ଏପରିକି ତାଙ୍କ ହାତବାନ୍ଧି ଗାଁ ମଝିରେ ମାଡ଼ ମରାଯାଇଥିବା ପୁଇଁତଳା ଥାନାରେ ଅଭି‌ଯୋଗ ହୋଇଥିଲା।

Balangir | court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe