Two thives Photograph: (sambad.in)
ଅମର୍ଦ୍ଦାରୋଡ: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ ବଜାର ସହିତ ଏହାର ଆଖପାଖ ଅଞ୍ଚଳରେ ଦୈନଦିନ ସାଇକେଲ, ମଟର ସାଇକେଲ ସହିତ ଆସବାବ ପତ୍ର ଚୋରି ଏକ ସାଧାରଣ ଘଟଣା ହୋଇଛି। ଏନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି। ଆଜି ପୂର୍ବରୁ ଚୋରି କିଛି ସାମଗ୍ରୀ ଦୁଇ ଯୁବକ ଅନ୍ୟତ୍ର ବିକ୍ରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି। ଯୁବକ ଦ୍ୱୟଙ୍କୁ ଧରି ପଚରାଉଚରା କରାଯିବା ବେଳେ ସେମାନେ ଚୋରି ନେଇ ସମସ୍ତ ଘଟଣା ସ୍ବୀକାର କରିଛନ୍ତି। ଦୁଇ ଯୁବକ ବସ୍ତା ଥାନା ନରଣ ପୁର ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀ (୩୪) ଓ ବାଲିଆପାଳ ଥାନା ଘଣ୍ଟୁଆ ଗ୍ରାମର ରବୀନ୍ଦ୍ର ରଣା (୩୫) ବୋଲି ଜଣାଯାଇଛି।
ଯୁବକ ଦ୍ବୟ ଦିନରେ ଜଳେଶ୍ବର କିଛି ଅସାଧୁ ନିଶା ବେପାରୀଙ୍କ ଠାରୁ ଗଞ୍ଜେଇ ଓ ବ୍ରାଉନସୁଗାର ନେଇ ବାଲେଶ୍ୱର ଅରଡବଜାରରେ ଦେଉଥିବା ବେଳେ ତାଙ୍କୁ ଏଥିନିମନ୍ତେ ପାଞ୍ଚ ଶହ ଟଙ୍କା ମିଳିଥାଏ। ଦିନରେ ବେପାର କରନ୍ତି ଓ ରାତି ହେଲେ ଚୋରି କାମରେ ସଂପୃକ୍ତ ରହନ୍ତି।
ସଂପୃକ୍ତ ଯୁବକ ଦ୍ବୟ ଦିନରେ ଜଳେଶ୍ବର କିଛି ଅସାଧୁ ନିଶା ବେପାରୀଙ୍କ ଠାରୁ ଗଞ୍ଜେଇ ଓ ବ୍ରାଉନସୁଗାର ନେଇ ବାଲେଶ୍ୱର ଅରଡବଜାରରେ ଦେଉଥିବା ବେଳେ ତାଙ୍କୁ ଏଥିନିମନ୍ତେ ପାଞ୍ଚ ଶହ ଟଙ୍କା ମିଳୁଥିବା ପ୍ରକାଶ କରିଥିଲେ। ଆଉ ଏହି ବ୍ୟବସାୟ ପାଇଁ ଏମାନେ ଦୈନଦିନ ରେଳ ଲୋକାଲ ଟ୍ରେନ ଉପରେ ନ୍ୟସ୍ତ କରୁଥିବା ଶିକାର କରିଥିଲେ। ଦିନରେ ନିଶା ବେପାର ଓ ବିଭିନ୍ନ ଗାଡ଼ି ମଟର ଚୋରି ସହିତ ରାତିରେ ଲୋକଙ୍କ ଘରେ କଳା କନା ବୁଲାଉଥିବା ସ୍ଥାନୀୟ ଲୋକଙ୍କ ଉତ୍ତମ ମଧ୍ୟମ ପରେ ଯୁବକ ଦ୍ବୟ ସ୍ବୀକାର କରିଥିଲେ।
ପରେ ଖବର ପାଇ ପୁଲିସ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଯୁବକ ଦୁଇ ଜଣଙ୍କ ନାମରେ ଏକାଧିକ ଚୋରି ଅଭିଯୋଗ ଥିବା ବେଳେ ରବୀନ୍ଦ୍ର ରଣା ସାଇକେଲ ଚୋରି କରି ଧାରା ପଡ଼ିବା ସହିତ ବସ୍ତା ଥାନା ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଶ୍ରୀ ରଣାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Crime | Balasore
Follow Us