Bamboo Artisans Struggling: ଜୀବନ ଜୀବିକା ଚିନ୍ତା, ସଂଘର୍ଷ କରୁଛି ବାଉଁଶ କାରିଗର

Bamboo ଗୋଟାକୁ ୫୦ରୁ ୬୦ଟଙ୍କା ପଡୁଛି। ଏତେ ଖର୍ଚ୍ଚ ଓ ପରିଶ୍ରମ ପରେ ତିଆରି ସାମଗ୍ରୀ ବିକ୍ରି କରି ଉଚିତ ମୂଲ୍ୟ ମିଳୁନି। ଏହାଫଳରେ ମାହାର ସମ୍ପ୍ରଦାୟର ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି।

Untitled-9

Bamboo artisans are struggling Photograph: (Sambad.in)

ଧଣ୍ଡାମୁଣ୍ଡା( ସରୋଜ ମିଶ୍ର): ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ଭାନପୁର ପଞ୍ଚାୟତ ଭାନପୁର ଗାଁରେ ରହନ୍ତି ମାହାର ସମ୍ପ୍ରଦାୟର ଲୋକ। ବାଉଁଶରୁ କୁଲା, ଟୁପା, ବିଞ୍ଚଣା, ଟୋକେଇ ଆଦି ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ପିଢ଼ି ପରେ ପିଢ଼ି ଚାଲିଆସୁଛି ସେମାନଙ୍କ ମୌଳିକ ବୃତ୍ତି। ଏହି ବୃତ୍ତି ସେମାନଙ୍କ ପେଟପାଟଣା ପାଇଁ ଏକମାତ୍ର ସହାରା। ଆଗରୁ ପ୍ରାୟ ସବୁ ସମୟରେ ବାଉଁଶ ନିର୍ମିତ ସାମଗ୍ରୀର ଦରକାର ପଢୁଥିଲା, ବେଶ୍ ଦୁଇ ପଇସା ରୋଜଗାର କରି ପାରୁଥିଲେ। ଏବେ ସମୟ ବଦଳିବା ସହିତ ଲୋକଙ୍କ ରୁଚି ବି ବଦଳିଛି। ବାଉଁଶ ଉପକରଣ ବଦଳରେ ପ୍ଲାଷ୍ଟିକ ଉପକରଣର ବ୍ୟବହାର ବଢ଼ିଛି। କେବଳ ବିବାହ ବ୍ରତ ସମୟରେ କିଛି ବିକ୍ରି କରି ଯାହା ରୋଜଗାର କରୁଛନ୍ତି। 

କୌଳିକ ବୃତ୍ତି ଛାଡ଼ି ଅନେକେ ଏବେ ଦାଦନମୁହାଁ

ଏହାଫଳରେ ଏହି ସଂପ୍ରଦାୟର ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। କୌଳିକ ବୃତ୍ତି ଛାଡ଼ି ଅନେକେ ଏବେ ଦାଦନମୁହାଁ ହେଲେଣି। ସେମାନଙ୍କ କହିବାନୁସାରେ, ବାଉଁଶ ଗୋଟାକୁ ୫୦ରୁ ୬୦ଟଙ୍କା ପଡୁଛି। ଏତେ ଖର୍ଚ୍ଚ ଓ ପରିଶ୍ରମ ପରେ ତିଆରି ସାମଗ୍ରୀ ବିକ୍ରି କରି ଉଚିତ ମୂଲ୍ୟ ମିଳୁନି। ସରକାର ଏମାନଙ୍କ ଉଚିତ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି।

Jay Dholkia BJP Appeal : ନୂଆପଡ଼ାର ଲକ୍ଷ ଲକ୍ଷ ବାପାଙ୍କ ପାଇଁ କାମ କରିବି: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଆହୁରି ପଢ଼ନ୍ତୁ: Jay Dholkia Casts Vote: ମତଦାନ ଅଧିକାର ସାବ୍ୟସ୍ତ କଲେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe