ଆରପିଏଫ୍‌ର ଥାର୍ଡ ଡିଗ୍ରି ଘଟଣା: ଦୁଇ ଆଦିବାସୀ ଯୁବକଙ୍କୁ ଭେଟିଲେ ବିଧାୟକ

ଚୋରି ସନ୍ଦେହରେ ଦୁଇ ଆଦିବାସୀ ଯୁବକଙ୍କୁ ରାତିରେ ଉଠାଇନେଇ ଆରପିଏଫଖ ଅକଥନୀୟ ନିର୍ଯାତନା ଖବର ପ୍ରସାରଣ ପରେ ଗତକାଲି ରାତିରେ କେ ବଲାଙ୍ଗ ପୁଲିସ୍ ମାମଲା ରୁଜୁ କରିଛି।

laxman

କୋଇଡା: ଚୋରି ସନ୍ଦେହରେ ଦୁଇ ଆଦିବାସୀ ଯୁବକଙ୍କୁ ରାତିରେ ଉଠାଇନେଇ ଆରପିଏଫଖ ଅକଥନୀୟ ନିର୍ଯାତନା ଖବର ପ୍ରସାରଣ ପରେ ଗତକାଲି ରାତିରେ କେ ବଲାଙ୍ଗ ପୁଲିସ୍ ମାମଲା ରୁଜୁ କରିଛି। ଏ ନେଇ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଚିକିତ୍ସିତ ଅବସ୍ଥାରେ ଥିବା ଦୁଇ ଭାଇଙ୍କୁ ମ୍ୟାଡିକାଲ୍‌ରେ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। 

ଆରପିଏଫ୍ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ନେଇ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରାଯିବ ‌ବୋଲି ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୂଚନା।

ବିଧାୟକ ଶ୍ରୀ ମୁଣ୍ଡା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏଥି ସହିତ ସେ ବର୍ବରତାର ଶେଷ ସୀମା ଟପିଯାଇଥିବା ସଂପୃକ୍ତ ଆରପିଏଫ୍ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ନେଇ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ଦେଉଛନ୍ତି। ଚିକିତ୍ସା କରୁଥିବା ଡାକ୍ଟର କହିଛନ୍ତି ଚିକିତ୍ସାଧୀନ ଦୁଇ ଭାଇଙ୍କୁ ଆସନ୍ତା ଦୁଇରୁ ତିନି ମଧ୍ୟରେ ଡିସଚାର୍ଜ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe