କଳିଙ୍ଗ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

Advertisment

ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ପାଳନ ହୋଇଯାଇଛି।

ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ପାଳନ ହୋଇଯାଇଛି।

1002350882

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ପାଳନ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଏସିଏଫ୍ କାଜଲ୍ କୁମାରୀ ନାୟକ ଯୋଗଦେଇ ଥିବା ବେଳେ ବନପାଳ ପ୍ରଶାନ୍ତ କୁମାର ସାହୁ, ବନ ରକ୍ଷକ ବିଭୁ ରଞ୍ଜନ ସାମନ୍ତରାୟ ଓ ନୀଳେନ୍ଦ୍ରି ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣରେ ସହଯୋଗ କରିଥିଲେ।

ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଗିରିଶ୍ ମୁଠାମାଝି, ସରିତା ମିଶ୍ର ଏବଂ ଯୁବ ରେଡକ୍ରସ୍ କାଉନସିଲର ତପନ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀମାନେ ବହୁ ଉପାଦେୟ ବୃକ୍ଷ ରୋପଣ କରିଥିଲେ।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe