ସରକାରଙ୍କ ପ୍ରତିଶ୍ରୁତି: ବଣ୍ଡାଙ୍କ କୁଡ଼ିଆ ଘର ହେବ ପକ୍କା ଘର

ଆଜି ବି ଏହି ଜନଜାତି କୁଡିଆ ଏବଂ ଛପର ଘରେ ରହୁଥିବା ଦେଖିବାକୁ ପାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହିଁକି ଏଠାରେ ଅପହଞ୍ଚ ବୋଲି ପଚାରିବା ପରେ ସ୍ଥାନୀୟ ବଣ୍ଡା ଘର ତିଆରି କରିବା ଜିନିଷ ଘାଟି ଚଢିପାରୁନଥିବା କହିଥିଲେ।

ମାଲକାନଗିରି: ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ନେଇ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଆଜି ବି ଏହି ଜନଜାତି ଆଧୁନିକ ସଭ୍ୟତା ଠାରୁ ବହୁ ଦୁରରେ ରହିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୧ଟି ଗ୍ରାମରେ ବିକାଶ ଆଜି ବି ଘାଟି ଚଢି ପାରୁନାହିଁ। ପ୍ରଥମ କରି ବର୍ତ୍ତମାନର ନୂଆ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଣ୍ଡାଘାଟି ଗସ୍ତ କରି ବଣ୍ଡା ଜନଜାତିଙ୍କର ସମସ୍ୟା ଅତି ନିକଟରୁ ଦେଖିଥିଲେ।

publive-image

ଆଜି ବି ଏହି ଜନଜାତି କୁଡିଆ ଏବଂ ଛପର ଘରେ ରହୁଥିବା ଦେଖିବାକୁ ପାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହିଁକି ଏଠାରେ ଅପହଞ୍ଚ ବୋଲି ପଚାରିବା ପରେ ସ୍ଥାନୀୟ ବଣ୍ଡା ଘର ତିଆରି କରିବା ଜିନିଷ ଘାଟି ଚଢିପାରୁନଥିବା କହିଥିଲେ। ତଳରୁ ଘାଟି ଉପରକୁ ସିମେଣ୍ଟ,ବାଲି ନେବା ଅତି କଷ୍ଟକର ହେବା ସହ ବହୁ ଟଂକା ଖର୍ଚ୍ଚ ହେଉଥିବା କହିଥିଲେ। ତୁରନ୍ତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତ୍ୟେକ ଘରକୁ ଅଧିକା ୫୦ ହଜାର ଟଂକା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହାଫଳରେ ବଣ୍ଡା ଜନଜାତିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ଏବେ ବଣ୍ଡାଘାଟିକୁ ବାଲି,ସିମେଣ୍ଟ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆରମ୍ଭ ହେଲାଣି।

ବଣ୍ଡା ଏବେ କୁଡିଆ ଛାଡି ପକ୍କା ଘରେ ରହିବେ। ଦୀର୍ଘ ବର୍ଷ ଧରି ଦେଖିଥିବା ସ୍ବପ୍ନ ଏବେ ସାକାର ହେବାକୁ ଲାଗିଛି। ଘର ହେଲେ ବିଦ୍ୟୁତ ଆସିବ,ଟିଭି ଦେଖିବେ, ମୋବାଇଲ ରିଚାର୍ଜ କରିବେ। ବର୍ତ୍ତମାନର ସରକାର ଏହାକୁ ସମ୍ଭବ କରିଥିବାରୁ ବଣ୍ଡା ବେଶ ଖୁସି। ସବୁ ବଣ୍ଡା ପରିବାର ଏହି ଯୋଜନାରେ ସାମିଲ ହେବା ସହ ସମସ୍ତଙ୍କର ପକ୍କା ଘର ହେବ ବୋଲି ଜଣାପଡିଛି। କେବେଳ ଏତିକି ନୁହେଁ ଏହି ଜନଜାତିଙ୍କ ଆର୍ଥିକ ସ୍ଥିତି କେମିତି ସୁଦୃଢ ହେବ ସେନେଇ ମଧ୍ୟ ସରକାର ଖୁବଶୀଘ୍ର ଯୋଜନା ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ବଣ୍ଡାଘାଟିକୁ ସମସ୍ତ ମୌଳିକ ସୁବିଧା ପହଞ୍ଚିବ ବୋଲି ମଧ୍ୟ କୁହାଯାଇଛି।

ତେବେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ତ ବୋଲି ମଧ୍ୟ ବଣ୍ଡାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ଅନ୍ୟଙ୍କ ପାଇଁ ୧ ଲକ୍ଷ ୩୦ ହଜାର ଥିବା ବେଳେ ଆଦିମ ଜନଜାତି ବଣ୍ଡା ଏବଂ ଡିଡାୟୀଙ୍କ ପାଇଁ ଆବାସ ଯୋଜନରେ ୨ ଲକ୍ଷ ଲେଖାଏଁ ପ୍ରଦାନ କରାଯାଉଛି। ଅଧିକା ୫୦ ହଜାର ମିଳିଲେ ଘର ସୁନ୍ଦର ଏବଂ ପକ୍କା ହୋଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe