Bangladesh gave permission to the shooting team to visit India Photograph: (Sambad.in)
ଢାକା: ବିଶ୍ବକପ୍ ଲାଗି ନିଜ ଦେଶର କ୍ରିକେଟ୍ ଦଳକୁ ଭାରତ ପଠାଇବାକୁ ମନା କରି ଦେଇଛି ବାଂଲାଦେଶର କାମଚଳା ମହମ୍ମଦ ୟୁନୁସ ସରକାର। ଏପରିକି କୋଟିକୋଟି ଟଙ୍କାର ଆର୍ଥିକ କ୍ଷତି ସହିବା ସତ୍ତ୍ବେ କେବଳ ରାଜନୈତିକ ଲାଭ ପାଇଁ ୟୁନୁସଙ୍କ ପ୍ରରୋଚନାରେ ବାଂଲାଦେଶ କ୍ରିକେଟ୍ ଦଳ ଭାରତରେ ମ୍ୟାଚ୍ ଖେଳିବ ନାହିଁ ବୋଲି ଦାବି କରି ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାରୁ ଓହରି ଯାଇଛି। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଜୀବନ ପର୍ଯ୍ୟନ୍ତ ବିସିବି ଅଧିକାରୀମାନେ ସବୁଠି ଭାରତରେ ନିଜ ଦେଶର କ୍ରିକେଟ୍ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଦାବି କରି ଆସୁଛନ୍ତି। ଏବେ କିନ୍ତୁ ବାଂଲାଦେଶ ସରକାର ସେଠାକାର ସୁଟିଂ ଦଳକୁ ଭାରତ ଆସି ଏସୀୟ ପ୍ରତିଯୋଗିତା ଖେଳିବାକୁ ଅନୁମତି ଦେଇଛି। ଫଳରେ କ୍ରୀଡ଼ା କ୍ଷେତ୍ରରେ ବାଂଲାଦେଶ ସରକାର ଅନୁସରଣ କରୁଥିବା ଦୋମୁହାଁ ନୀତି ପଦାରେ ପଡ଼ିଛି।
ବାଂଲାଦେଶର ଦୁଇ ଜଣ ସୁଟର୍ ଅଂଶଗ୍ରହଣ କରିବେ
ସେହିଭଳି ଭାରତରେ ତା’ ଖେଳାଳିଙ୍କ ସୁରକ୍ଷା ପ୍ରତି ବପଦ ରହିଛି ବୋଲି ମିଛ ପ୍ରଳାପ କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଅସଲ ମୁଖା ଖୋଲି ଯାଇଛି। ନୂଆଦିଲ୍ଲୀର କର୍ଣ୍ଣି ସିଂହ ସୁଟିଂ ରେଞ୍ରେ ଫେବ୍ରୁଆରି ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ ସୁଟିଂ ଚାମ୍ପିଅନ୍ସିପ୍ରେ ବାଂଲାଦେଶର ଦୁଇ ଜଣ ସୁଟର୍ ଅଂଶଗ୍ରହଣ କରିବେ। ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ଭାରତ ଗସ୍ତକୁ ବାଂଲାଦେଶ ସରକାର ମାତ୍ର କିଛି ଘଣ୍ଟା ଭିତରେ ମଞ୍ଜୁରି ପ୍ରଦାନ କରିଛି।
ଆହୁରି ପଢ଼ନ୍ତୁ: Rain Northen India ଜାନୁଆରି ୩୧ରୁ ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଓ ବର୍ଷା ସମ୍ଭାବନା
ଏହି ପ୍ରତିଯୋଗିତାରେ ୧୭ଦେଶର ୩୦୦ ସୁଟର ଭାଗନେବାକୁ ଯାଉଛନ୍ତି। ବାଂଲାଦେଶର ଦୁଇଜଣ ସୁଟର୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଖବରକୁ ଭାରତୀୟ ରାଇଫଲ୍ ସଂଘ (ଏନ୍ଆର୍ଏଆଇ) ମଧ୍ୟ ସ୍ପଷ୍ଟ କରିଛି। ଏନ୍ଆର୍ଏଆଇ ଦେଇଥିବା ସୂଚନା ଅନୁସାରେ ବାଂଲାଦେଶର ୨୧ବର୍ଷୀୟା ମହିଳା ସୁଟର୍ ଆରିଫିନ ସରିଆ ଏବଂ ୨୬ବର୍ଷୀୟ ଅଲିମ୍ପିଆନ୍ ମହମ୍ମଦ ରବିବୁଲ ଇସଲାମ୍ ୧୦ ମିଟର ଏୟାର ରାଇଫଲ୍ର ବ୍ୟକ୍ତିଗତ ବର୍ଗରେ ଅଂଶଗ୍ରହଣ କରିବା ପରେ ମିଶ୍ରିତ ଯୁଗଳରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଏମାନଙ୍କ ଭାରତ ଗସ୍ତକୁ ମଞ୍ଜୁରି ଦେବାର ଅଜବ କାରଣ ମଧ୍ୟ ଦର୍ଶାଇଛି ବାଂଲାଦେଶ ସରକାର। ସୁଟିଂ ପ୍ରତିଯୋଗିତା ଗୋଟିଏ ସ୍ଥାନ ଏବଂ ବନ୍ଦ କବାଟ ଭିତରେ ଖେଳାଯିବାକୁ ଥିବାରୁ ଆମ ଦେଶର ଖେଳାଳିଙ୍କ ପ୍ରତି ବିଶେଷ ବିପଦ ନାହିଁ ବୋଲି କହିଛି। ଯାହାକୁ କ୍ରୀଡ଼ାପ୍ରେମୀ ଆଦୌ ହଜମ କରି ପାରୁନାହାନ୍ତି।
ଆହୁରି ପଢ଼ନ୍ତୁ: america vs iran: ଆମେରିକାକୁ ବଡ଼ ଝଟକା: ଲଞ୍ଚପ୍ୟାଡ୍ ହେବାକୁ ମନା କଲେ ସାଉଦି ଆରବ-ୟୁଏଇ
Follow Us