ଦିନ ଦିପ୍ରହରରେ ବ୍ୟାଙ୍କ ଲୁଟ୍‌: ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍‌ ନେଇ ଦୁର୍ବୃତ୍ତ ଫେରାର

Advertisment

ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଲୁଟ୍‌ ହୋଇଛି। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ପୂର୍ବାହ୍‌ଣରେ ଡକାୟତି ହୋଇଛି। ଲୁଟେରାମାନେ ବ୍ୟାଙ୍କରୁ ଲୁଟ୍‌ ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। 

ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଲୁଟ୍‌ ହୋଇଛି। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ପୂର୍ବାହ୍‌ଣରେ ଡକାୟତି ହୋଇଛି। ଲୁଟେରାମାନେ ବ୍ୟାଙ୍କରୁ ଲୁଟ୍‌ ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। 

32a2b10b-5cdc-47a9-aecf-a115bd90ae7a

ବାରିପଦା: ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଲୁଟ୍‌ ହୋଇଛି। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ପୂର୍ବାହ୍‌ଣରେ ଡକାୟତି ହୋଇଛି। ଲୁଟେରାମାନେ ବ୍ୟାଙ୍କରୁ ଲୁଟ୍‌ ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। 

ସୂଚନା ଅନୁସାରେ ୧୮ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖା ଆଜି ଅପରାହ୍‌ଣରେ ଖୋଲାଥିଲା। ଲୁଟ୍‌ ସମୟରେ ଗ୍ରାହକମାନେ ମଧ୍ୟ ଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୫ ଜଣ ଡକାୟତ ବ୍ୟାଙ୍କରେ ପହଞ୍ଚି ଥିଲେ। ସେମାନେ ମୁଖା ପିନ୍ଧିଥିଲେ ଏବଂ ହାତରେ ମାରଣାସ୍ତ୍ର ଧରିଥିଲେ। ବ୍ୟାଙ୍କର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ପ୍ରଥମେ ଭୟଭୀତ କରିଥିଲେ। ଏହା ପରେ କ୍ୟାଶ କାଉଣ୍ଟରରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। 

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖା ଆଜି ଅପରାହ୍‌ଣରେ ଖୋଲାଥିଲା। ଲୁଟ୍‌ ସମୟରେ ଗ୍ରାହକମାନେ ମଧ୍ୟ ଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୫ ଜଣ ଡକାୟତ ବ୍ୟାଙ୍କରେ ପହଞ୍ଚି ଥିଲେ। ସେମାନେ ମୁଖା ପିନ୍ଧିଥିଲେ ଏବଂ ହାତରେ ମାରଣାସ୍ତ୍ର ଧରିଥିଲେ। ବ୍ୟାଙ୍କର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ପ୍ରଥମେ ଭୟଭୀତ କରିଥିଲେ। ଏହା ପରେ କ୍ୟାଶ କାଉଣ୍ଟରରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। 

ବ୍ୟାଙ୍କ ଲୁଟ୍‌ ଘଟଣା ପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାର ମ୍ୟାନେଜର ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରିଛି। ସିସିଟିଭି ଆଧାରରେ ଘଟଣାର ଛାନ୍‌ଭିନ୍‌ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ବୃତ୍ତମାନଙ୍କର ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ। 

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe