Hidma bankar Photograph: (sambad.in)
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରୁ ପୁଣି ଯବାନକୁ ମିଳିଛି ଏକ ବଡ ସଫଳତା। ବିଜାପୁର ଏବଂ ସୁକମା ସୀମାନ୍ତବର୍ତ୍ତୀ ଜଂଗଲରେ ହିଡମା ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏକ କଂକ୍ରିଟର ବଙ୍କର ନିର୍ମାଣ କରାଯାଇଥିଲା। ଏହି ବଙ୍କରରେ ହିଡମା ଏବଂ ତାଂକ ସାଥୀ ଦିନ ଦିନ ଧରି ଲୁଚି ରହୁଥିଲେ। ଏପରିକି ସୁରକ୍ଷାକର୍ମୀ ନକ୍ସଲଙ୍କୁ ଟାର୍ଗେଟ କରି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ହିଡମା ଏବଂ ତାଂକ ସାଥୀ ଏହି ବଙ୍କରରେ ଲୁଚି ରହୁଥିଲେ।
ଏହି ବଙ୍କରକୁ ସିମେଣ୍ଟରେ କଂକ୍ରିଟ କରି ତିଆରି କରାଯାଇଥିଲା। ବଙ୍କର ଭିତରେ ରହିବା ଏବଂ ଖାଇବା ପାଇଁ ସମସ୍ତ ସୁବିଧା ରହିଥିଲା। ଦିନ ଦିନ ଧରି ନକ୍ସଲ ଏଠାରେ ଲୁଚି ରହୁଥିଲେ।
ବଙ୍କର ଭିତରଟି ସଂପୂର୍ଣ୍ଣ ରୂପେ ବିଳାଶପୂର୍ଣ୍ଣ ରହିଥିଲା। ସୁରକ୍ଷାକର୍ମୀଙ୍କ ତରଫରୁ ବଡ ବଡ ଅପରେସନ କରାଯାଉଥିଲେ ମଧ୍ୟ ଦୁର୍ଦାନ୍ତ ନକ୍ସଲ ନେତା ହିଡମା କେଉଁଠି ଲୁଚି ରହୁଥିଲା ତାହା ଜଣାପଡୁନଥିଲା। ଏବେ ସୁରକ୍ଷାକର୍ମୀ ଏହି ବଙ୍କର ଉଦ୍ଧାର କରିବା ପରେ ସବୁ ପର୍ଦ୍ଦାଫାସ ହୋଇଛି। ବଙ୍କରରୁ ଉପର ଭାଗକୁ ପତ୍ର ଏବଂ ମାଟିରେ ଘୋଡାଇ ଦିଆଯାଇଥାଏ। ସୁରକ୍ଷାକର୍ମୀ ଏହାକୁ ସହଜରେ ଜାଣିବା ମୁସକିଲ ହୋଇପଡୁଥିଲା।
ତେବେ ଆଉ କିଛି ମାସ ମଧ୍ୟରେ ନକ୍ସଲ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି ପୁଲିସ ଆଶା ରଖିଛି। ମାଓ ନେତା ହିଡମା ଆଉ ପୁଲିସ ହାତରୁ ଖସିପାରିବ ନାହିଁ ବୋଲି ପୁଲିସ ଏବେ ସ୍ପଷ୍ଟବାଦୀ ରହିଛି। ଖୁବଶୀଘ୍ର ମାଓନେତା ହିଡମା ମରିବ ନଚେତ ଧରାପଡ଼ିବ ବୋଲି ପୁଲିସ ଆଶା ପ୍ରକଟ କରିଛି।
Naxal | Malkangiri
Follow Us