ପରମ୍ପରାକୁ ବଂଚାଇ ରଖିଛି ବଉଳାଣୀ ଯାତ୍ରା

Advertisment

ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ବଉଳାଣୀ ଯାତ୍ରା ଆଦିବାସୀ ଅଞ୍ଚଳରେ ଅନେକ ସ୍ଥାନରେ ପାଳନ କରାଯାଇଥାଏ। ଏହି କ୍ରମରେ ନବରଙ୍ଗପୁର ସହରରେ ଏହି ଯାତ୍ରା ପାଳନ କରାଯାଇଥିଲା।

ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ବଉଳାଣୀ ଯାତ୍ରା ଆଦିବାସୀ ଅଞ୍ଚଳରେ ଅନେକ ସ୍ଥାନରେ ପାଳନ କରାଯାଇଥାଏ। ଏହି କ୍ରମରେ ନବରଙ୍ଗପୁର ସହରରେ ଏହି ଯାତ୍ରା ପାଳନ କରାଯାଇଥିଲା।

ngp-baoulani jatra

ନବରଙ୍ଗପୁର: ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ବଉଳାଣୀ ଯାତ୍ରା ଆଦିବାସୀ ଅଞ୍ଚଳରେ ଅନେକ ସ୍ଥାନରେ ପାଳନ କରାଯାଇଥାଏ। ଏହି କ୍ରମରେ ନବରଙ୍ଗପୁର ସହରରେ ଏହି ଯାତ୍ରା ପାଳନ କରାଯାଇଥିଲା। ମା’ ବୁଢ଼ୀଠାକୁରାଣୀଙ୍କ ପୀଠରୁ ମା’ ଭଣ୍ଡାରଘରଣୀ ପୀଠ ପର୍ଯ୍ୟନ୍ତ ମା’ଙ୍କ ପ୍ରତୀକକୁ ଶୋଭାଯାତ୍ରାରେ ଆଣି ପୂଜା ଅର୍ଚନା କରାଯାଇଥିଲା। ରାଜରାଜୁଡ଼ା ଅମଳର ପରାମ୍ପରାକୁ ବଂଚାଇ ରଖିଛି ବଉଳାଣୀ ଯାତ୍ରା।  

ପ୍ରକାଶଯୋଗ୍ୟ, ‘ବଉଳାଣୀ’ର ଅର୍ଥ ହେଲା ସହର ଓ ଗାଁ ର ମଇଳା, ଆବର୍ଜନାକୁ ନେଇ ସହର ଓ ଗାଁ ବାହାରକୁ ପକାଇବା। ବଉଳାଣୀ ପର୍ବର ପୂର୍ବଦିନ ଗ୍ରାମବାସୀ ସମସ୍ତେ ଏକାଠି ରାତିରେ ସଭାରେ ବସି ଗ୍ରାମ ଦେବାଦେବୀ ମାନଙ୍କ ପ୍ରତିନିଧି, ଶିରା, ପୂଜାରୀମାନଙ୍କ ସହ ଆଲୋଚନା କରିଥାନ୍ତି।

ତାହା ପରଦିନ ଗାଁ ସାରା ବଉଳାଣୀ ବିମାନ ଏବଂ ଡଲ୍ଲା ବୁଲି ପ୍ରତି ସାହିରୁ ପ୍ରତ୍ୟେକ ପରିବାରରୁ ଆବର୍ଜନା ସ୍ଵରୂପ କିଛି ଅଦରକାରୀ ଝାଡୁ, ଛିଣ୍ଡା ପଘା, ଅନ୍ୟାନ୍ୟ ବସ୍ତୁ ଆଦି ସଂଗ୍ରହ କରାଯାଏ, ଅପରାହ୍ନରେ ବାଜା ବାଜଣା ସହ ଗାଁ ଉପକଣ୍ଠରେ ଥିବା ପଡ଼ିଆ ବା ଭଟ୍ଟାରେ ବିମାନ ଓ ଡଲ୍ଲାକୁ ନିଆଯାଇ ପୂଜା କରାଯାଇଥାଏ ଏବଂ ସାଥିରେ ନେଇଥିବା ଆବର୍ଜନା ଫୋପାଡି ଦିଆଯାଇଥାଏ। ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ଵାସ ରହିଆସିଛି ଏହିପରି କଲେ ଗାଁରେ ରୋଗ, ବ୍ୟାଧି, ମହାମାରୀ ହୁଏ ନାହିଁ। ସନ୍ଧ୍ୟାରେ ବଉଳାଣୀ ଭଟ୍ଟାରେ ଗ୍ରାମବାସୀ ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ସେଠାରେ ରାନ୍ଧି ଖିଆପିଆ କରି ଘରକୁ ଫେରନ୍ତି। ଏହି ନିଆରା ପର୍ବ ଗ୍ରାମବାସୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ। ଏହା ପରେ କୃଷି ଭିତ୍ତିକ ‘ଦିଆଲୀ’ ପର୍ବ ପାଳନ ପାଇଁ ଦିନ ସ୍ଥିର କରାଯାଏ।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe