ପାଚେରୀ ଭୁଶୁଡ଼ିଲା, ନିମ୍ନମାନର କାର୍ଯ୍ୟ ଅଭିଯୋଗ

କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ଅବସ୍ଥିତ ଓଡ଼ିଶାର ଏକମାତ୍ର ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରର ପ୍ରାଚେରୀ  ଭୁଶୁଡ଼ି ପଡ଼ିଛି। ଏହା ଦ୍ବାରା ଗାଈ ଗୋରୁ ଭିତରେ ପଶି ଚରୁଥିବା ଦେଖିବାକୁ ମିଳୁଛି।

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ଅବସ୍ଥିତ ଓଡ଼ିଶାର ଏକମାତ୍ର ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରର ପ୍ରାଚେରୀ  ଭୁଶୁଡ଼ି ପଡ଼ିଛି। ଏହା ଦ୍ବାରା ଗାଈ ଗୋରୁ ଭିତରେ ପଶି ଚରୁଥିବା ଦେଖିବାକୁ ମିଳୁଛି। ସମ୍ମୁଖରେ ଥୁବା ପ୍ରାୟ ୨୦ଫୁଟ ଲମ୍ବ ପାଚେରୀ ଭୁଶୁଡ଼ି ମାଟିରେ ମିଶିଯିବା ଫଳରେ ଖୋଲା ମେଲା ପଡିଛି। ଏହି ପ୍ରଶିକ୍ଷଣ କେନ୍ଦ୍ର। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁ କମ ଦିନରେ ପାଚେରୀ ଭୁଶୁଡ଼ି ଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

publive-image

ବର୍ତ୍ତମାନ ଏହି ପ୍ରଶିକ୍ଷଣ କେନ୍ଦ୍ର ଏକ ପ୍ରକାର ଅଚଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। କାରଣ ପ୍ରଶିକ୍ଷଣ କେନ୍ଦ୍ରର ଦାୟିତ୍ୱରେ ଥିବା ସହ ନିର୍ଦ୍ଦେଶକ ସ୍ବଦେଶ କୁମାର ଚୌଧୁରୀଙ୍କୁ ଜାଣିଶୁଣି ଅନ୍ୟତ୍ର ବଦଳି କରି ଏହାକୁ ପୁନର୍ବାର ବନ୍ଦ କରିବା ନିମନ୍ତେ ଷଡ଼ଯନ୍ତ୍ର ଚାଲିଥିବା କହି ଅଞ୍ଚଳବାସୀ ଗତ ୧୭ ମାର୍ଚ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କୃଷି ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ତାଙ୍କ ବଦଳି ବାତିଲ କରିବା ନିମନ୍ତେ ଅବଗତ କରେଇଥିଲେ ମଧ୍ୟ ଆଜକୁ ୮ ଦିନ ବିତି ଗଲା ହେଲେ ସରକାର କିମ୍ବା ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଲେନି।

ଯଦି ଆଉ ତିନିଦିନ ମଧ୍ୟରେ ସହ ନିର୍ଦ୍ଦେଶକ ସ୍ବଦେଶ କୁମାର ଚୌଧୁରୀଙ୍କ ବଦଳି ବାତିଲ ନ ହୁଏ ତେବେ ଆସନ୍ତା ୩୦ ତାରିଖ ଦିନ ଅଞ୍ଚଳବାସୀ ଓ ଅନ୍ୟାନ୍ୟ ସାମାଜିକ ସଂଗଠନର ମିଳିତ ଭାବେ ଏକ ବୃହତ୍ ଆନ୍ଦୋଳନର ରୂପ ନେଇ ସମସ୍ତେ ରାଜରାସ୍ତାକୁ  ଉଲ୍ହେଇବେ ବୋଲି ସୂଚନା ମିଳିଛି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe