ଦୁବାଇ: ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶ କ୍ରିକେଟ୍ ଦଳର ଅଂଶଗ୍ରହଣ ନେଇ ଏବେ ବି ଅଚଳାବସ୍ଥା ଜାରି ରହିଛି। ଏହି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ ନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଡ଼ିବସିଥିବାବେଳେ ଏହା ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସ୍ପଷ୍ଟ କରିଦେଇଛି। ଏସବୁ ମଧ୍ୟରେ ଆଇସିସି ପକ୍ଷରୁ ଏବେ ବଲକୁ ବିସିବି କୋର୍ଟରେ ପକାଇ ଦିଆଯାଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ ବିସିବିକୁ କୁହାଯାଇଛି।

Advertisment

ଇଏସପିଏନକ୍ରିକଇନଫୋର ଏକ ରିପୋର୍ଟ ଅନୁସାରେ ବିଶ୍ବକପରେ ଅଂଶଗ୍ରହଣ ନିଷ୍ପତ୍ତି ନେବା ଲାଗି ଜାନୁଆରି ୨୧ ଶେଷ ତାରିଖ ବୋଲି ବିସିବିକୁ ଜଣାଇଛି ଆଇସିସି। ଏହାପରେ ଏ ନେଇ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ।

ଆହୁରି ପଢ଼ନ୍ତୁ:Train Accident 21 Death ଦୁଇ ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ୨୧ ମୃତ, ୭୩ରୁ ଅଧିକ ଆହତ

ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ

ଏହା ପୂର୍ବରୁ ଗତ ଶନିବାର ଢାକାଠାରେ ଆଇସିସି ଅଧିକାରୀ ଓ ବିସିବି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଭାରତରେ ନ ଖେଳିବାକୁ ବାଂଲାଦେଶ ନିଜର ନିଷ୍ପତ୍ତି ଜଣାଇଥିଲା। କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟକରିଦେଇଥିଲା। ଏପରିକି ଗ୍ରୁପ-ବିରେ ଥିବା ଆୟର୍ଲାଣ୍ଡ ସହିତ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ବି ଆଇସିସି ଖାରଜ କରିଦେଇଥିଲା। ଏଥିପାଇଁ ଆୟର୍ଲାଣ୍ଡ ମଧ୍ୟ ରାଜି ହୋଇନଥିଲା। ତେବେ ବିସିବିକୁ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ।

ଆହୁରି ପଢ଼ନ୍ତୁ: Manipur Gang-Rape Victim Dies: ମଣିପୁର ହିଂସା: ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା...

ସୂତ୍ର ଅନୁସାରେ ଯଦି ଭାରତ ନ ଆସିବାକୁ ବିସିବି ନିଷ୍ପତ୍ତି ନିଏ ତେବେ ଆଇସିସି ବାଂଲାଦେଶକୁ ବିଶ୍ବକପରୁ ବାଦ ଦେଇ ଆଇସିସି ମାନ୍ୟତା ଅନୁସାରେ ପରବର୍ତ୍ତି ଦଳକୁ ଖେଳିବାକୁ ଅନୁମତି ଦେବ। ଏହି ମାନ୍ୟତା ଅନୁସାରେ ସ୍କଟଲାଣ୍ଡକୁ ମୌକା ମିଳିପାରେ।