ବିଡ଼ିଓଙ୍କୁ ତାଲା ପକାଇଲେ ସାଂସଦଙ୍କ ପ୍ରତିନିଧି, ବିଜେପି କର୍ମୀ

Advertisment

ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସାଂସଦ ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ଉତ୍ତେଜିତ ହୋଇଛନ୍ତି। ନେତାଙ୍କ ସମର୍ଥକମାନେ ଜଣେ ବିଡିଓଙ୍କୁ ତାଲା ପକାଇ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। 

Updated On

ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସାଂସଦ ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ଉତ୍ତେଜିତ ହୋଇଛନ୍ତି। ନେତାଙ୍କ ସମର୍ଥକମାନେ ଜଣେ ବିଡିଓଙ୍କୁ ତାଲା ପକାଇ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। 

ଅଦ୍ୟତନ ହୋଇଛି
luck

ତେଲକୋଇ: ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସାଂସଦ ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ଉତ୍ତେଜିତ ହୋଇଛନ୍ତି। ନେତାଙ୍କ ସମର୍ଥକମାନେ ଜଣେ ବିଡିଓଙ୍କୁ ତାଲା ପକାଇ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। 

ସୂଚନା ଅନୁସାରେ ଆଜି ଅପରାହ୍ନରେ ତେଲକୋଇ ବ୍ଲକ ବିଡ଼ିଓ ଗୀତା ମୁର୍ମୁଙ୍କ ପାଖକୁ କୌଣସି କାମ ପାଇଁ ତେଲକୋଇ ବ୍ଲକ ସାଂସଦ ପ୍ରତିନିଧି ହରିହର ପ୍ରଧାନ ଓ ବିଜେପି କାର୍ଯ୍ୟକର୍ତ୍ତା ଯାଇଥିଲେ। ସେଠାରେ ବିଡିଓ ଓ ବିଜେପି କର୍ମୀଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ହରିହର ପ୍ରଧାନ ଓ ବିଜେପି କର୍ମୀମାନେ ଶ୍ରୀମତୀ ମୁର୍ମୁଙ୍କୁ ତାଲା ପକାଇଲେ ଦେଇଥିଲେ।। ବିଜେପି କର୍ମୀଙ୍କ କହିବା ଅନୁସାରେ ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ସାଂସଦ ପ୍ରତିନିଧି ଓ କେତେକ ଦଳୀୟ କାର୍ଯ୍ୟକର୍ତ୍ତା ଯାଇଥିଲେ। ତେବେ ବିଡ଼ିଓ କହିଥିଲେ, ଏତେ ଗହଳି ନ କରି ୨/୩ ଜଣ ଆଲୋଚନା କରନ୍ତୁ।

T

ଅନ୍ୟପଟରେ ବିଡିଓ ଶ୍ରୀମତୀ ମୁର୍ମୁ କହିଛନ୍ତି, ହରିହର ପ୍ରଧାନ ଓ ସେମାନଙ୍କର ସମର୍ଥକମାନେ ଉତକ୍ଷିପ୍ତ ହୋଇ ତାଲା ପକାଇଥିଲେ। ଅନ୍ୟପକ୍ଷରେ ସାଂସଦଙ୍କ ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି ଯେ ବିଡ଼ିଓଙ୍କ ନିକଟକୁ ଆଲୋଚନା ପାଇଁ ଯାଇଥିବା ବେଳେ ସେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଫଳରେ ତା'ର ପ୍ରତିବାଦରେ ଫାଟକ ନିକଟରେ ଧାରଣାରେ ବସିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe