ଦୁଇ ବର୍ଷ ଭିତରେ ଓଡ଼ିଶାରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ

ଦୁଇ ବର୍ଷ ଭିତରେ ଓଡ଼ିଶାରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ବୁଲା କୁକୁରମାନଙ୍କ ସଂପର୍କରେ ଆଜି ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ। ସେ କହିଛନ୍ତି, ବୁଲା କୁକୁରମାନଙ୍କ ପ୍ରତି ସାବଧାନ ରହନ୍ତୁ।

ଅଦ୍ୟତନ ହୋଇଛି
ghj

ଭୁବନେଶ୍ବର: ବୁଲା କୁକୁରମାନଙ୍କ ସଂପର୍କରେ ଆଜି ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ବୁଲା କୁକୁରମାନଙ୍କ ପ୍ରତି ସାବଧାନ ରହନ୍ତୁ। କାରଣ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ ହେଉଛନ୍ତି।

ସେ ଆହୁରି କହିଛନ୍ତି,ଗତ ଦୁଇ ବର୍ଷ ଭିତରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି। ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe