bear fell in well at kalimela Photograph: (sambad.in)
କାଲିମେଳା: ଗାଁମୁହାଁ ଭାଲୁ, ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଥିବା ଏକ ଭାଲୁ କୂଅରେ ପଡ଼ିଯାଇଥିବାର ଦେଖିବାକୁ ମିଳିଛି | ଏପରି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଏମଭି ୨୬ ଗ୍ରାମରେ | ଆଜି ଭୋର ସମୟରେ ଏକ ଜଙ୍ଗଲୀ ଭାଲୁ ଏମଭି ୨୬ ଗ୍ରାମର ବିରେନ ବିଶ୍ୱାସଙ୍କ ବାରିପଟେ ଥିବା କୂଅରେ ପଡ଼ିଯାଇଥିବାର ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ |
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ
ଖବର ପାଇ କାଲିମେଳା ରେଞ୍ଜର ଓ ମାଲକାନଗିରିରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି | ଖାଦ୍ୟ ଖାଇବା ଲୋଭରେ ଭାଲୁଟି ଗାଁକୁ ଆସିଥିବା ବେଳେ କୂଅ ଭିତରେ ପଡ଼ିଯାଇଥିବାର ଅନୁମାନ କରାଯାଉଛି|
ଆହୁରି ପଢ଼ନ୍ତୁ Pattamundai Lady IIC ଏସିଏଫଙ୍କୁ ଦୁର୍ବ୍ୟବହାର କରି ଫସିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର
Follow Us