ବଢ଼ିବ ଶଯ୍ୟା, ରୋଗୀସେବାରେ ସୁଧାର ହେବ: ସ୍ବାସ୍ଥ୍ୟ ସଚିବ

Advertisment

ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଯାଇଛି। ହେଲେ ଶଯ୍ୟା ପକାଇବାକୁ ଜାଗାର ଅଭାବ ରହିଛି। ହାଇଟେକ୍‌ ମେଡିକାଲକୁ ଆର୍‌ଜିଏଚ୍‌ ଜାଗା ଦିଆଯିବା ପରେ ଏଭଳି ସମସ୍ୟା ଉପୁଜିଛି। ଆଗାମୀ ଦିନରେ ଆର୍‌ଜିଏଚ୍‌ର ସମ୍ପ୍ରସାରଣ ପାଇଁ ଇ​ଞ୍ଚେ ବି ଜାଗା ନାହିଁ।

ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଯାଇଛି। ହେଲେ ଶଯ୍ୟା ପକାଇବାକୁ ଜାଗାର ଅଭାବ ରହିଛି। ହାଇଟେକ୍‌ ମେଡିକାଲକୁ ଆର୍‌ଜିଏଚ୍‌ ଜାଗା ଦିଆଯିବା ପରେ ଏଭଳି ସମସ୍ୟା ଉପୁଜିଛି। ଆଗାମୀ ଦିନରେ ଆର୍‌ଜିଏଚ୍‌ର ସମ୍ପ୍ରସାରଣ ପାଇଁ ଇ​ଞ୍ଚେ ବି ଜାଗା ନାହିଁ।

Aswasthi S

ରାଉରକେଲା:: ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ସଚିବ ଆଶ୍ବଥୀ ଏସ୍‌ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ଅପରାହ୍ନରେ ଆର୍‌ଜିଏଚ୍‌ରେ ପହଞ୍ଚିବା ପରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସଚିବଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପରେ ସଚିବ  ଜିଲ୍ଲାପାଳ ମନୋଜ ସତ୍ୟୱାନ୍‌ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ ପାତ୍ର, ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ମନୋଜ ଉପାଧ୍ୟାୟ, ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଓ ଅନ୍ୟ ଡାକ୍ତରଙ୍କ ସହ ବିଭିନ୍ନ ୱାର୍ଡ ଓ ମାତୃଶିଶୁ ହସ୍ପିଟାଲ ବୁଲି ଦେଖିଥିଲେ।

ପ୍ରତ୍ୟେକ ୱାର୍ଡରେ ଚିକିତ୍ସାସେବା ଓ ଅନ୍ୟାନ୍ୟ ବିଷୟରେ ରୋଗୀଙ୍କ ସହ ସିଧାସଳଖ କଥାହୋଇଥିଲେ। ପ୍ରତି ୱାର୍ଡରେ କଣସବୁ ସମସ୍ୟା ରହିଛି, ଡାକ୍ତରମାନେ ଠିକ୍‌ ଭାବେ ଚିକିତ୍ସା କରୁଛନ୍ତି କି ନାହିଁ ​ବୋଲି ରୋଗୀଙ୍କୁ ପଚାରିବୁଝିଥିଲେ। ପରେ ଡାଇଲିସିସ୍‌ ସେଣ୍ଟର, ସିଟି ସ୍କାନ୍‌, ପାଥୋଲ୍ୟାବ୍‌ ଆଦି ବୁଲି ଦେଖିଥିଲେ। ପରେ ଆର୍‌ଜିଏଚ୍‌ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ, ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ପ୍ରତ୍ୟେକ ବିଭାଗର ସମୀକ୍ଷା କରିଥିଲେ। ନିର୍ଦ୍ଦେଶକ ଡାକ୍ତର ଉପାଧ୍ୟାୟ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ବାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାଥମିକତା ଭିତ୍ତିରେ ସେଗୁଡ଼ିକର ସମାଧାନ କରିବାକୁ ଅନୁରୋଧ କରିଥିଲେ। କହିଥିଲେ ଉଭୟ ପୁରୁଷ ଓ ମହିଳା ୱାର୍ଡରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ଅଭାବରୁ ରୋଗୀମାନେ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି।

-ଆର୍‌ଜିଏଚ୍‌ର ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ସଚିବ 
-୬୬୦ କୋଟି ପ୍ରକଳ୍ପ ସଂକ୍ରାନ୍ତରେ ନିରବ

ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଯାଇଛି। ହେଲେ ଶଯ୍ୟା ପକାଇବାକୁ ଜାଗାର ଅଭାବ ରହିଛି। ହାଇଟେକ୍‌ ମେଡିକାଲକୁ ଆର୍‌ଜିଏଚ୍‌ ଜାଗା ଦିଆଯିବା ପରେ ଏଭଳି ସମସ୍ୟା ଉପୁଜିଛି। ଆଗାମୀ ଦିନରେ ଆର୍‌ଜିଏଚ୍‌ର ସମ୍ପ୍ରସାରଣ ପାଇଁ ଇ​ଞ୍ଚେ ବି ଜାଗା ନାହିଁ। ନିକଟରେ ୬୬୦ କୋଟିର ପ୍ରକଳ୍ପ କାମ ଏଯାଏଁ କାମ ଆରମ୍ଭ ‌ହୋଇନାହିଁ। ୪୦୦ ଶଯ୍ୟା ପାଇଁ ପ୍ରାୟ ୧୦୦ରୁ ଅଧିକ ଡାକ୍ତର ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ୫୪ ଜଣ। କେବଳ ଡାକ୍ତର ନୁହେଁ ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ ଅଭାବ ରହିଛି।

ଜିଲ୍ଲାର ପ୍ରାୟ ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତରଙ୍କ ଅଭାବ ରହିଥିବାରୁ ଆର୍‌ଜିଏଚ୍‌ରେ ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ରୋଗୀ ସଂଖ୍ୟା ବଢ଼ୁଥିବାରୁ ଚିକିତ୍ସା ସେବାରେ ସମସ୍ୟା ସୃଷ୍ଟି ହେଉଛି। ଏସବୁ ଦିଗରେ ସରକାର ଧ୍ୟାନ ଦେବାକୁ ନିର୍ଦ୍ଦେଶକ ଡାକ୍ତର ଉପାଧ୍ୟୟ ସ୍ବାସ୍ଥ୍ୟ ସଚିବଙ୍କୁ କହିଥିଲେ। ସଚିବ ଆର୍‌ଜିଏଚ୍‌ର ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅବଗତ କରି‌ବେ ବୋଲି କହିଥିଲେ। ଆର୍‌ଜିଏଚ୍‌ର ‌ଶଯ୍ୟା ସଂଖ୍ୟା ବଢ଼ାଯିବ। ଏଥିସହ କେମିତି ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରିବ, ସେ ଦିଗରେ ସରକାର ପ୍ରୟାସ କରିବେ ବୋଲି ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe