ବାଲେଶ୍ବର ଜିଲ୍ଲାରେ ଗୋମାଂସ ଚାଲାଣ ବନ୍ଦ ହେବାର ନାଆଁ ନେଉନି: ପୁଣି ଏକ କଣ୍ଟେନର ଜବତ, ଚାଳକ ଅଟକ

Advertisment

ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ବାଲେଶ୍ୱର ହାଇୱ ପେଟ୍ରୋଲପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୁଲିସ। ଡ୍ରାଇଭର ନଗେନ୍ଦ୍ରନକୁ ଅଟକ ରଖିଛି।

ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ବାଲେଶ୍ୱର ହାଇୱ ପେଟ୍ରୋଲପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୁଲିସ। ଡ୍ରାଇଭର ନଗେନ୍ଦ୍ରନକୁ ଅଟକ ରଖିଛି।

bh

ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲାରେ ଗୋମାଂସ ଚାଲାଣ ବନ୍ଦ ହେବାର ନାଆଁ ନେଉନାହିଁ। ଗତକାଲି ସିଂଲା ଥାନା ଅଞ୍ଚଳରୁ ଏକ ଗୋ ମାଂସ ବୋଝେଇ କଣ୍ଟେନରରୁ ୫ଟନ୍ ଗୋ ମାଂସ ଜବତ କରାଯାଇଥିଲା। ଏଣେ ପୁଣି ଗତକାଲି ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ବାଲେଶ୍ୱର ହାଇୱ ପେଟ୍ରୋଲପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୁଲିସ।

କଲିକତାରୁ ବେଙ୍ଗାଲୁର ଯାଉଥିବା ଏକ କଣ୍ଟେନର (ଟିଏନ୧୨-ଏଜେଡ-୮୫୬୯) ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଅଟକିଥିଲା। ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ଥାନାକୁ ନେବା ସହିତ ଡ୍ରାଇଭର ନଗେନ୍ଦ୍ରନକୁ ଅଟକ ରଖିଥିଲା।ଆଜି ମାଜିଷ୍ଟେ୍ରଟ୍ ଓ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ଏହି କଣ୍ଟେନରକୁ ଖୋଲାଯାଇ ଭିତରେ ଥିବା ସାମଗ୍ରୀକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ତେବେ ସବୁଠୁ ଆଶ୍ଚଯ୍ୟର ବିଷୟ ଯାଉଥିବା କଣ୍ଟେନର ବିଲରେ ମଟନ ବୋନଲେସ ଲେଖାଥିବା ବେଳେ ଏଥିରେ ୭୮୫୪ କେଜି ମାଂସ ରହିଛି।ଏହାର ମୂଲ୍ୟ ୨୭ଲକ୍ଷ ଟଙ୍କାର ସାମଗ୍ରୀ ଥିବାର ବିଲରେ ଲେଖା ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ କଲିକତାରୁ ବେଙ୍ଗାଲୁର ଯାଉଥିବା ଏକ କଣ୍ଟେନର (ଟିଏନ୧୨-ଏଜେଡ-୮୫୬୯) ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଅଟକିଥିଲା। ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ଥାନାକୁ ନେବା ସହିତ ଡ୍ରାଇଭର ନଗେନ୍ଦ୍ରନକୁ ଅଟକ ରଖିଥିଲା।ଆଜି ମାଜିଷ୍ଟେ୍ରଟ୍ ଓ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ଏହି କଣ୍ଟେନରକୁ ଖୋଲାଯାଇ ଭିତରେ ଥିବା ସାମଗ୍ରୀକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ତେବେ ସବୁଠୁ ଆଶ୍ଚଯ୍ୟର ବିଷୟ ଯାଉଥିବା କଣ୍ଟେନର ବିଲରେ ମଟନ ବୋନଲେସ ଲେଖାଥିବା ବେଳେ ଏଥିରେ ୭୮୫୪ କେଜି ମାଂସ ରହିଛି।ଏହାର ମୂଲ୍ୟ ୨୭ଲକ୍ଷ ଟଙ୍କାର ସାମଗ୍ରୀ ଥିବାର ବିଲରେ ଲେଖା ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe