ଜୀବନ-ମୃତ୍ୟୁ ସହିତ ୨ଦିନର ସଂଘର୍ଷ ପରେ ବ୍ରହ୍ମପୁର ଯୁବକଙ୍କ ମୃତ୍ୟୁ

Advertisment

ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ବ୍ରହ୍ମପୁର ସହରର ସୂରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଛି। ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ବ୍ରହ୍ମପୁର ସହରର ସୂରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଛି। ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

suraj

ବ୍ରହ୍ମପୁର: ଆତ୍ମାହୁତି ଦେବାକୁ ଯାଇ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଥିବା ବ୍ରହ୍ମପୁର ସହରର ସୁରଜ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟିଛି। ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଗତ ବୁଧବାର ସନ୍ଧ୍ୟାରେ ସୁରଜ ସାହୁ କୌଣସି କାରଣକୁ କେନ୍ଦ୍ର କରି ନିଜ ଦେହରେ ‌ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ବଡ଼ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲଶ। ପରେ ତାଙ୍କୁ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂରଜଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ ପ୍ରବଳ ଉଦ୍ୟମ ମଧ୍ୟ କରିଥ‌ିଲେ। ଶେଷର ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। 

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଡିକାଲରେ ସମସ୍ତ ପ୍ରକ୍ରିୟା ସରିବା ପରେ ସୂରଜଙ୍କ ପାର୍ଥିବ ଶରୀର ପୁରୀ ଯିବ। ସେଠାରେ ଅନ୍ତିମ ସଂସ୍କାର ହେବ। 

ସୂଚନାଯୋଗ୍ୟ, ବଡ଼ ପଦକ୍ଷେପ ନେବା ପୂର୍ବରୁ ସୁରଜ ଦୁଃଖଭରା ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଷ୍ଟାଟସ ସେୟାର କରି ମରିବାକୁ ଚାହୁଁଥିବା ସୂଚନା ଦେଇଥିଲେ। ମୋର କିଛି ହେଇଗଲେ କେହି ଦାୟୀ ହେବେ ନାହିଁ ବୋଲି ମଧ୍ୟ କହିଥିଲେ। 

Berhampur | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe