ଭଦ୍ରକରେ ବିଜେପି ଶିବିର ଉଲ୍ଲସିତ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ  ମନମୋହନ ସାମଲଙ୍କ ମୁଣ୍ଡରେ ପୁଣି ରାଜ୍ୟ ମୁକୁଟ ପିନ୍ଧାଯାଇଛି। ସେ ଚତୁର୍ଥ ଥର ପାଇଁ  ରାଜ୍ୟ ବିଜେପି ସଭାପତି ହେଉଛନ୍ତି। ଭଦ୍ରକର ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି।

ad5a242e-5a5d-43b8-8631-18237a3d5e25

ଭଦ୍ରକ: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ  ମନମୋହନ ସାମଲଙ୍କ ମୁଣ୍ଡରେ ପୁଣି ରାଜ୍ୟ ମୁକୁଟ ପିନ୍ଧାଯାଇଛି। ସେ ଚତୁର୍ଥ ଥର ପାଇଁ  ରାଜ୍ୟ ବିଜେପି ସଭାପତି ହେଉଛନ୍ତି। ଆଜି ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ବାଲେଶ୍ବର ସାଂସଦ  ପ୍ରତାପ ଷଡ଼ଙ୍ଗୀ ଶ୍ରୀ ସାମଲଙ୍କ ନାମ ସଭାପତି ଭାବରେ ଘୋଷଣା କରିଛନ୍ତି।  ମନମୋହନ ପୁଣି ରାଜ୍ୟ ବିଜେପିର ମଙ୍ଗ ଧରିଥିବାର ଭଦ୍ରକ ଜିଲ୍ଲାର ବିଜେପି ଶିବିର ଉଳଡ଼ିତଭିଉଛି। କାରଣ ମନମୋହନଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଭଦ୍ରକ କଲେଜର ଏ ବି ଭି ପି  ଛାତ୍ର ରାଜନୀତିରୁ। ସେ ଭଦ୍ରକ କଲେଜର ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

ମନମୋହନଙ୍କ ରାଜନୈତିକ ଜୀବନ ଉଥାନ ପତନ ଦେଇ ଗତି କରିଛି। ମନମୋହନ ତାଙ୍କ   ରାଜନୀତିର ଜୀବନ ଭିତରେ ବେଶ୍ ସ୍ଥିର ଚିତ। କେବେ ଭାଙ୍ଗି ପଡ଼ିବାର ଲୋକ ନୁହେଁ। କର୍ମୀଙ୍କ ପାଖରେ ସେ ସବୁ ବେଳେ ଓ ସବୁ ସମୟରେ ରହି ଥିବାରୁ ଭଦ୍ରକ ଜିଲ୍ଲାର ପ୍ରତିଟି ବିଜେପି କର୍ମୀ ଓ ନେତାଙ୍କ ପାଖରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି।

ମନମୋହନଙ୍କ  ଲୋକ ପ୍ରୀୟତା ଓ ତାଙ୍କର ସାଂଗଠାନିକ ଦକ୍ଷତା ପାଇଁ ଦଳର କେନ୍ଦ୍ର ନେତୃତ୍ବ ପୁଣି ତାଙ୍କ ପୁଅର ଆସ୍ଥା ପ୍ରକଟ କରି ତାଙ୍କୁ ସଭାପତି ଭାବରେ ନିର୍ବାଚିତ କରିଛନ୍ତି। ମନମୋହନ ଯେତେବେଳେ ରାଜ୍ୟ ବିଜେପିର ମୁଖ୍ୟ ହୋଇଛନ୍ତି ସେତେବେଳେ ଦଳକୁ ସଫଳତା ମିଳିଛି। ୨୦୨୩  ଧାମନଗର ଉପ ନିର୍ବାଚନରେ ବିଜେପି ବିଜୟୀ ହେବାର ଶ୍ରେୟ ମନମୋହନଙ୍କୁ ଯାଇଥିଲା। ପରେ ରାଜ୍ୟ ବିଜେପିର ସେ ମଙ୍ଗ ଧରିଥିଲେ।

ଗତ ବିଧାନସଭା ନିର୍ବାଚନରେ ମନମୋହନଙ୍କ  ନେତୃତ୍ବରେ ବିଜେପି ରାଜ୍ୟରେ ଏକାକୀ  ସରକାରକୁ ଆସିଥଲା। ୨୦୦୦ ମସିହାରେ ମନମୋହନଙ୍କ ନେତୃତ୍ବରେ ବିଜେପି ବିଜେଡି ସହ ମେଣ୍ଟ କରି ସରକାରରେ ଥିଲେ।। ମନମୋହନଙ୍କ ଦୃଢ଼ ନେତୃତ୍ୱ ଓ ମୋଦୀଙ୍କ କେନ୍ଦ୍ରୀୟ ହୱା  ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ନେଇ ସବୁଠି ଚର୍ଚା ହେଉଥିବା ବେଳେ ତାଙ୍କୁ ପୁଣି ବିଜେପି ର ରାଜ୍ୟ ସଭାପତି ଆସନରେ ବସା ଯାଇଛି। ସେ ରାଜ୍ୟ ବିଜେପି  ସଭାପତି ହେବା ପରେ ଜିଲା ବିଜେପିର ସମସ୍ତ କର୍ମୀ ନେତୃ ମଣ୍ଡଳୀ ଉତ୍ସାହିତ ହୋଇଛନ୍ତି।

ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,  ଜିଲ୍ଲା  ବିଜେପି ସଭାପତି ଭଗବାନ ପଣ୍ଡା,  ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ କମଳା ସୂତାର, ଡ଼ ସୁଧାଂଶୁ ନାୟକ, ଡ ପ୍ରଦୀପ ନାୟକ ତାଙ୍କୁ  ଅଭିନନ୍ଦନ ଜଣାଇଛନ୍ତି। ମନମୋହନ ପୁଣି ଥରେ ସଭାପତି ହୋଇଥିବାରୁ ରାଜ୍ୟ ରେ ଓ ଭଦ୍ରକ ଜିଲ୍ଲାରେ  ବିଜେପି ଆହୁରି ଶକ୍ତିଶାଳୀ ଓ ସଂଗଠିତ ହେବ ବୋଲି କର୍ମୀ ଓ ନେତାଙ୍କ ମହଲରେ ଆଲୋଚନା ହେଉଛି।

Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe