bhadrak collector dilip routray came to office by bicycle Photograph: (sambad.in)
ଭଦ୍ରକ: ଆଜି ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ ମଧ୍ୟ କରୁଥିଲେ।
ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ। ଆଜି ଦ୍ବିତୀୟ ଥର ଲାଗି ତାଙ୍କର ଏଭଳି କାମ ନଜରକୁ ଆସିଛି। ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ସାଇକେଲରେ ଆସିଲେ ପରିବେଶ ସୁରକ୍ଷିତ ରହିବା ସହ ଶରୀର ସୁସ୍ଥ ରହିବ। ଏମିତି ଯେଉଁଦିନ ସୁବିଧା ହେବ ସେ କାର୍ଯ୍ୟାଳୟକୁ ସାଇକେଲରେ ଆସିବେ। ସେ ଆହୁରି କହିଛନ୍ତି ଯେ ଅନ୍ୟ ଅଧିକାରୀମାନେ ବି ଏଥିରୁ ପ୍ରେରିତ ହୁଅନ୍ତୁ ଏବଂ ସେମାନେ ବି ସାଇକେଲରେ ଅଫିସ୍ ଆସନ୍ତୁ।
ସୂଚନାଯୋଗ୍ୟ, ବିଶ୍ବ ସାଇକେଲ୍ ଦିବସରେ ବି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।
ଆହୁରି ପଢ଼ନ୍ତୁ: Producer Rabindra Mohan Sahoo No More ପରଲୋକରେ ଓଲିଉଡର ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ
ହାଫ୍ ପ୍ୟାଣ୍ଟ ପିନ୍ଧା ଚାଷୀ ବେଶରେ ଭଦ୍ରକ ଜିଲ୍ଲାପାଳ
ହାଫ୍ ପ୍ୟାଣ୍ଟ୍କୁ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ। ୪ ତାରିଖ ଧାନ ବିକିବାକୁ ଟୋକନ୍ ମିଳିଛି । ଧାନ ଆଣିବି କି ବୋଲି ପଚାରିଥିଲେ । ହେଲେ ୧୬ ତାରିଖରେ ଧାନ ଆଣ ବୋଲି ମଣ୍ଡି ସମ୍ପାଦକ କହିଥିଲେ । ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି ମଧ୍ୟ କହିଥିଲେ। ହେଲେ ହାଫ୍ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନ ଥିଲେ, ଥିଲେ ଜିଲ୍ଲା ମୁଖିଆ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ ପୁଳାପୁଳା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏହାକୁ ଦେଖି ଖପ୍ପା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଏଥିସହ ସମ୍ପୃକ୍ତ ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।
ମଣ୍ଡିରେ କଟ୍ନି ଛଟ୍ନି ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ଙ୍କୁ ତାଗିଦ୍ କରାଯାଉଛି । ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସି ସ୍ଥିତି ପରଖିଥିଲେ । ମିଲର୍ ଓ ସମିତି ସମ୍ପାଦକଙ୍କୁ ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟ୍ନି ଛଟ୍ନି ରୋକିବା ଦିଗରେ ତତ୍ପରତା ଦେଖାଦେଇଥିଲା । ଖୋଦ୍ ଜିଲ୍ଲାପାଳ ଶ୍ରୀ ରାଉତରାୟ ମଣ୍ଡିକୁ ଯାଇ ଯାଞ୍ଚ କରିଥିଲେ । ଏହା ସତ୍ତ୍ଵେ ପୁଣି ଅନୁରୂପ ଅଭିଯୋଗ ଆସିବାକୁ ଲାଗିଲା ।
ଆହୁରି ପଢ଼ନ୍ତୁ:Old Man Death Wall ବ୍ରହ୍ମଗିରିରେ ଅଭାବନୀୟ, କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ସତ୍ୟତା ଜାଣିବାକୁ ଜିଲ୍ଲାପାଳ ଫେବ୍ରୁଆରି ୨ ତାରିଖ ରବିବାର ଧାମନଗର ବ୍ଲକ୍ କଟସାହି ସେବା ସମବାୟ ମଣ୍ଡିକୁ ଚାଷୀ ବେଶରେ ବାଇକ୍ରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ । ହାଫ୍ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ । ଜିଲ୍ଲାପାଳ ନିଜକୁ ଲୁଣିଆ ତେଲିସାହିର ଜଣେ ଚାଷୀ ବୋଲି ପରିଚୟ ଦେଇଥିଲେ । ପଚାରି ବୁଝିବା ବେଳେ ମଣ୍ଡିରେ ୧୫ କେଜି ଯାଏ ଧାନ କଟାଯାଉଥିବା ଓ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ଜାଣିବାକୁ ପାଇଥିଲେ। ସେଠାରୁ ଫେରି ସମ୍ପାଦକ ଶ୍ରୀ ଦଳେଇଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ଭଦ୍ରକ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
Follow Us