ପାଟୁଆ ନାଚ ବେଳେ ଅଘଟଣ: ଜିଲ୍ଲାପାଳଙ୍କ ତଦନ୍ତ ତଦନ୍ତ ନିର୍ଦ୍ଦେଶ

Advertisment

ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ।

ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ।

bh

 ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ଅଘଟଣ ଘଟିଥିଲା ।  ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେଣେ ଘଟଣା ସଂପର୍କରେ  ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ  ।  ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ , ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ପ୍ରଶ୍ନ ଉଠିଛି। 

ଘଟଣା ସଂପର୍କରେ  ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ  ।  ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ , ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ପ୍ରଶ୍ନ ଉଠିଛି। 

ସୂଚନାଯୋଗ୍ୟ, ବଡ଼ହାଟୁଆରି ଗାଁ’ରେ ଗତକାଲିସନ୍ଧ୍ୟାରେ ପାଟୁଆ ନାଚ ବେଳେ ଅଘଟଣ ଘଟିଥିଲା। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଥଇଲେ। ସେମାନେ ହେଲେ; ସ୍ଥାନୀୟ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍‌ କାହ୍ନୁଆ ମହାଳିକ (୨୭)।
ସୂଚନା ଅନୁସାରେ, ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଆଜି ମା’ କଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ପାଟୁଆମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ।  ସ୍ଥାନୀୟ ତୋରଣପଦା ଛକରେ କେତେକ ଯୁବକ ଡିଜେ ଗାଡ଼ି ଉପରକୁ ଚଢ଼ି ପତାକା ଉଡ଼ାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ। ମାନସ ଓ କାହ୍ନୁଆ ଯାଇ ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡିଜେ ଗାଡ଼ି ମଧ୍ୟ ସଂପୂର୍ଣ୍ଣ ଜଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe