ଭଦ୍ରକ ବନ୍ଦ ସଫଳ: କଂଗ୍ରେସ

ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଡ଼ିଶାରେ ଆଜି ବନ୍ଦ ପାଳିତ ହୋଇଥିବା ବେକେ ଭଦ୍ରକରେ ବନ୍ଦ  ପାଳନ ସଫଳ ହୋଇଛି। କଂଗ୍ରେସ ଓ ବାମଦଳ ମିଳିତ ଭାବରେ ଏହି ବନ୍ଦ ପାଳନ କରିଥିଲେ।

IMG_20250717_075045

ଭଦ୍ରକ: ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଡ଼ିଶାରେ ଆଜି ବନ୍ଦ ପାଳିତ ହୋଇଥିବା ବେକେ ଭଦ୍ରକରେ ବନ୍ଦ  ପାଳନ ସଫଳ ହୋଇଛି। କଂଗ୍ରେସ ଓ ବାମଦଳ ମିଳିତ ଭାବରେ ଏହି ବନ୍ଦ ପାଳନ କରିଥିଲେ। ଜିଲ୍ଲା କଂଗ୍ରେସର ସଂଯୋଜକ ଅସିତ ପଟ୍ଟନାୟକଙ୍କ ନେତୃତ୍ୱରେ ଭଦ୍ରକରେ ବନ୍ଦ ପାଳନ କରାଯାଇଥିଲା।

ଭଦ୍ରକର ଚରମ୍ପା ରେଳ ଷ୍ଟେସନରେ କଂଗ୍ରେସ ଓ ବାମ ଦଳର ନେତାମାନେ ରେଳ ଚଳାଚଳ ବନ୍ଦ କରିଥିବା ବେଳେ ଚରମ୍ପା ବଜାର ବନ୍ଦ କରିଥିଲେ। ଭଦ୍ରକ ବନ୍ତ ଛକ, ଜାତୀୟ ରାଜପଥ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ  ବ୍ଲକ୍, ତହସିଲ, ପୌର କାର୍ଯ୍ୟାଳୟ, କୋର୍ଟ, କଚେରୀ, ଭଦ୍ରକ କଲେଜ, ଭଦ୍ରକ ମହିଳା କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ, ଜିଲ୍ଲା ମୁଖ୍ୟ ଡାକ ଘର, ବ୍ୟାଙ୍କ ସମସ୍ତ  ଦୋକାନ ବଜାର ଓ ସ୍କୁଲ କଲେଜ୍ ବନ୍ଦ ରହିଥିଲା। ବସ୍, ଟ୍ରକ୍ ଓ ଟ୍ରେନ ଚଳାଚଳ ବନ୍ଦ ରହିଥିଲା।

IMG_20250717_075045

ଭଦ୍ରକ ଜିଲ୍ଲାରେ ବନ୍ଦ ପାଳନକୁ ସାଧାରଣରେ ସ୍ୱତ ସମର୍ଥନ ମିଳିଥିଲା। ଭଦ୍ରକରେ କଂଗ୍ରେସ ନେତା ଅସିତ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିବା ବେକେ ଏହି ବନ୍ଦ ପାଳନ ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ସମେତ କଂଗ୍ରେସ ନେତା କୁନି ମହାନ୍ତି, ଯୁବ ନେତା ଦେବରୁପ ମହାନ୍ତି, ନଳିନୀକାନ୍ତ ମହାନ୍ତି, ପ୍ରକାଶ ଜେନା, ପ୍ରଦୁମ୍ୟୁନ ଦାସ, ହେମନ୍ତ ସାହୁ, ସୁଶାନ୍ତ ଘଡେ଼ଇ, ବିଜୟ ବାରିକ, ସନିଆ ନନ୍ଦ, ଦିପୁନ ଦୀକ୍ଷିତ, ଅଶ୍ଵିନୀ ରଣା, ରାଧୁ ସାମଲ, ପ୍ରଫୁଲ୍ଲ ସାମଲ, ପୀତବାସ ଧଳ, ଅମିତାବାଳା ଆଚାର୍ଯ୍ୟ, ବବି ମହାନ୍ତି  ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ।

ଆଜି କଂଗ୍ରେସର ଏଇ ବନ୍ଦ ଡାକରାରେ ବାମ ଦଳ ସହ ୮ ଟି ରାଜନୈତିକ ଦଳ ସାମିଲ ଥିଲେ। ମୃତ ଛାତ୍ରୀଙ୍କୁ ଆତ୍ମତ୍ୟା କରିବାକୁ ବାଧ୍ୟ କରାଯାଇଛି। ସେ ସମସ୍ତଙ୍କ ନିକଟରେ ଗୁହାରି କରିବେ ପରେ ତାର ଗୁହାରି କେହି ଶୁଣି ନଥିଲେ। ଶେଷରେ ସେ ବାଧ୍ୟ ହୋଇ ଆତ୍ମାହୁତି ଦେଇଥିଲା। ଏଥି ପାଇଁ ବିଜେପି ସରକାର ସଂପୂଣ୍ଣ ଭାବରେ ଦାୟୀ। ଏ ସରକାରର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦେବା ଉଚିତ। ଘଟଣାର ନ୍ୟାୟିକ ତଦନ୍ତ କରାଯିବା ପାଇଁ କଂଗ୍ରେସ ଓ ଅନ୍ୟ ବାମ ଦଳ ସହ ୮ ଟି ରାଜନୈତିକ ଦଳ ଦାବି କରିଛି। ଏହି ଭଦ୍ରକ ଜିଲ୍ଲାର ବନ୍ଦ ସଂପୂଣ୍ଣ ଭାବରେ ସଫଳ ହୋଇଛି।

Bhadrak | congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe