ମହାପ୍ରଭୁଙ୍କ ହେରାପଞ୍ଚମୀ ଉପଲକ୍ଷେ ଭଜନ ସମାରେlହ

Advertisment

ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତର ଜଂପଡା ଠାରେ ଥିବା ପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ପବିତ୍ର ରଥ ଯାତ୍ରା ଅବସରରେ ହେରାପଞ୍ଚମୀ ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି।

ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତର ଜଂପଡା ଠାରେ ଥିବା ପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ପବିତ୍ର ରଥ ଯାତ୍ରା ଅବସରରେ ହେରାପଞ୍ଚମୀ ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି।

m1

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତର ଜଂପଡା ଠାରେ ଥିବା ପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ପବିତ୍ର ରଥ ଯାତ୍ରା ଅବସରରେ ହେରାପଞ୍ଚମୀ ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଗ୍ରାମର ଇଷ୍ଟ ଦେବ ଶ୍ରୀ ଦଧିବାମନଙ୍କ ବିଜେସ୍ଥଳୀ ମୁଖ୍ୟ ମନ୍ଦିରରୁ ମା’ ଲକ୍ଷ୍ମୀ ପାଲିଙ୍କିରେ ବିଜେକରି କୀର୍ତ୍ତନ, ହରିବୋଲ ହୁଳହୁଳି ତଥା ଢୋଲ ବାଜା ରେ ଗାଁ ଦାଣ୍ଡକୁ ପ୍ରକମ୍ପିତ କରାଇ ଏକ ପଟୁଆରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ପହଞ୍ଚିଥିଲେ।

ଶ୍ରୀଗୁଣ୍ଡିଚା ମନ୍ଦିର ତରଫରୁ ସମସ୍ତ ରୀତିନୀତି ମୁତାବକ ମା’ ଲକ୍ଷ୍ମୀଙ୍କୁ ସ୍ଵାଗତ କରି ଯଥା ବିଧିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଶେଷରେ ମା’ ଲକ୍ଷ୍ମୀ ରୋଷଶାଳାରେ ଚୁଲି ଭାଙ୍ଗିବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ବିରାଜିତ ରଥକୁ ଭାଙ୍ଗି ନିଜ ମନ୍ଦିରକୁ ଫେରିଯାଇଥିଲେ।  

ଏହି ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଛପନ ଭୋଗର ଆୟୋଜନ କରାଯାଇଥିଲା। ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ  ଶ୍ରୀ ଜଗନ୍ନାଥ ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ଵାରା ଆୟୋଜିତ ଭଜନ ସମାରୋହରେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଗାୟକ ପ୍ରଶାନ୍ତ ପାଢ଼ୀ ଓ ସାଥିଙ୍କ ଦ୍ଵାରା ପରିବେଷିତ ଭଜନ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଗଣଙ୍କ ମନ ମୁଗ୍ଧ କରିଥିଲା। ଏହି ଗ୍ରାମରେ ଚାରିଶହ ବର୍ଷରୁ ଊର୍ଦ୍ଧ୍ବ  ସମୟ ଧରି ପାଳିତ ହୋଇ ଆସୁଥିବା ରଥଯାତ୍ରାର ଶ୍ରୀ ଗୁଣ୍ଡିଚା ମନ୍ଦିରର ସମସ୍ତ ନିତିକାନ୍ତି ସେବା ଓ ଛେରା ପହଁରା ସେବା ମହେନ୍ଦ୍ର କୁମାର ନାୟକ ଓ ତାଙ୍କ ପରିବାର ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ଶ୍ରୀ ଦଧିବାମନଙ୍କ ବିଜେସ୍ଥଳୀ ମୁଖ୍ୟମନ୍ଦିର ସମସ୍ତ ନୀତିକାନ୍ତି ମୁଖ୍ୟ ପୂଜକ ଶ୍ରୀ ପର୍ଶୁରାମ ଦାଶ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ତରଫରୁ ଦୀର୍ଘ ନଅଶହ ବର୍ଷରୁ ଉର୍ଦ୍ଧ ହେବା ନିର୍ବାହ କରି ଆସୁଛନ୍ତି।  

ହେରାପଞ୍ଚମୀ ଅବସରରେ ବରୀର ପ୍ରାକ୍ତନ ବିଧାୟିକା ସୁନନ୍ଦା ଦାସ ଓ ବିଜେପି ନେତା ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ସମାଜସେବୀ ମନୋଜ ନାୟକ ସଂଯୋଜନା କରିଥିଲେ ଓ ସୁବାସ ନାୟକ, ମନୋଜ ଲେଙ୍କା, କୃଷ୍ଣ ଲେଙ୍କା, କେଦାର ଦାସ, ଘନଶ୍ୟାମ ପଣ୍ଡା, ନରହରି ଲେଙ୍କା, ବିଜୟ ନାୟକ, ଅନନ୍ତ କିଶୋର ନାୟକ, ସୁରେଶ ଚନ୍ଦ୍ର ଦାସ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe