ଭଦ୍ରକରେ ଭାରତ ବନ୍ଦ ସଫଳ: ବସ୍‌-ରେଳ ସେବା ପ୍ରଭାବିତ

Advertisment

ଶ୍ରମ କୋର୍ଡ ବାତିଲ ସହ ୧୭ ଦଫା ଦାବି ନେଇ ମିଳିତ ଟ୍ରେଡ଼ ୟୁନିୟନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଦ୍ଵାରା ଆହୁତ ସର୍ବଭାରତୀୟ ସାଧାରଣ ଧର୍ମଘଟ ଭଦ୍ରକ ଜିଲ୍ଲାରେ ସଫଳ ହୋଇଛି।

ଶ୍ରମ କୋର୍ଡ ବାତିଲ ସହ ୧୭ ଦଫା ଦାବି ନେଇ ମିଳିତ ଟ୍ରେଡ଼ ୟୁନିୟନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଦ୍ଵାରା ଆହୁତ ସର୍ବଭାରତୀୟ ସାଧାରଣ ଧର୍ମଘଟ ଭଦ୍ରକ ଜିଲ୍ଲାରେ ସଫଳ ହୋଇଛି।

IMG_20250709_112329

ଭଦ୍ରକ: ଶ୍ରମ କୋର୍ଡ ବାତିଲ ସହ ୧୭ ଦଫା ଦାବି ନେଇ ମିଳିତ ଟ୍ରେଡ଼ ୟୁନିୟନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଦ୍ଵାରା ଆହୁତ ସର୍ବଭାରତୀୟ ସାଧାରଣ ଧର୍ମଘଟ ଭଦ୍ରକ ଜିଲ୍ଲାରେ ସଫଳ ହୋଇଛି।  ଏହି ବନ୍ଦ ପରିପ୍ରେକ୍ଷୀରେ ଭଦ୍ରକ ରେଳ ଷ୍ଟେସନ, ବନ୍ତ ଛକ, ଜାତୀୟ ରାଜପଥ, ଭଦ୍ରକ ସହର,  ଭଦ୍ରକ କୋର୍ଟ, ଭଦ୍ରକ ମହାବିଦ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଂଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି।

ଭଦ୍ରକ ସଦରମହକୁମାରେ ହୋଇଥିବା ଏହି ଧର୍ମଘଟରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡ଼ିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଏଆଇଟିୟୁସି ରାଜ୍ୟ ଯୁଗ୍ମ ସଂପାଦକ ରମେଶ ଜେନା, ଦିଲୀପ ନାୟକ, ବରିଷ୍ଠ ଚାଷୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଆଏନଟିୟୁସି ଜିଲ୍ଲା ସଂପାଦକ ବିଷ୍ଣୁ ନାୟକ, ପୂର୍ବତନ  କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ଯର ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ଯ ଜିଲ୍ଲା ସଂଯୋଜକ ନାସିରୁଦ୍ଦିନ ଖାନ୍, ଓସ୍ରୁ ଜିଲ୍ଲା ସଂପାଦକ ବସନ୍ତ ନାୟକ, ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ରାମଚନ୍ଦ୍ର ଶଙ୍ଖୁଆ, ଅଲ୍ଓଡିଶା ଡ୍ରାଇଭର ଆସୋସିଏସନ୍ ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଶ୍ରମିକ ନେତା ରାଧାନାଥ ଦାସ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ମହିଳା ନେତ୍ରୀ ଶାନ୍ତିଲତା ନାୟକ, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଯୁବ ନେତା ସେକ୍ ସନାଉଲ୍ଲା, ସେକ୍ କାଲୁ, ସେକ୍ ସିକ୍ରୁ, ସେକ୍ ସତ୍ତାର, ଧାମରା ବନ୍ଦର ଶ୍ରମିକ ସଂଘର ଜିଲ୍ଲା ଯୁଗ୍ମ ସଂପାଦକ ସୁବ୍ରତ ସାମଲ, ପ୍ରଫୁଲ୍ଲ ବାରିକ, ଚାଷୀ ନେତା ମଦନ ସେଠୀ, ନରେନ୍ଦ୍ର ଦାସ , ରମେଶ ନାୟକ, ଆଲ୍ ଓଡ଼ିଶା  ବ୍ୟାଙ୍କ କର୍ମଚାରୀ ସଂଘର ସଂପାଦକ  ଜଗନ୍ନାଥ ରାଉତ, ପାର୍ଥ ସାରଥି ମହାନ୍ତି, ପ୍ରଭାତ ନାୟକ, ସୌମ୍ୟରଞ୍ଜନ ନାୟକ, ପ୍ରମୋଦ ବାରିକ, ଅନିରୁଦ୍ଧ ଶିଅଲ, ସୀତା ମାରଣ୍ଡି, ତାପସ ଭୋଇ, ପ୍ରଶାନ୍ତ ଯେନା, ରବୀନ୍ଦ୍ର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ।

ଶ୍ରମ କୋର୍ଡ ବାତିଲ ନହେଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନର ନେତୃତ୍ବ ଚେତାବନୀ ଦେଇଥିଲେ।

Screenshot_20250709_130424

ଆଜିର ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ସଫଳ ହୋଇଥିବା ବେଳେ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ବସ୍ ଓ ରେଳ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ବହାରକୁବ୍ଯାଇପରି ନଥିଲେ। ଅନେକ ଯାତ୍ରୀ ହନ୍ତସନ୍ତ ହୋଇଥିବା ବେଳେ ଡାକ୍ତରଖାନାକୁ ରୋଗୀମାନେ ଯିବାରେ ସମସ୍ୟା ଭିଗୀ ଥିଲେ। ବନ୍ଦ ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହଜାର ହଜାର ସଂଖ୍ୟାରେ ଗାଡି ମଟର ଅଟକି ରହିଥିଲା। ରେଳ ଷ୍ଟେସନରେ ଅନେକ ଯାତ୍ରୀ ଅଟକି ରହିଥିଲେ।ସରକାରୀ କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ବ୍ୟାଙ୍କ ସବୁ ବନ୍ଦ ରହିଥିଲା। ସ୍କୁଲ କଲେଜକୁ ଯିବାରେ ଛାତ୍ର ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଲୋକମାରେ କାର୍ଯ୍ୟାଳୟକୁ ଆସି ଫେରି ଯାଇଥିଲେ। ଆଜିର ଏଇ ବନ୍ଦର ପ୍ରଭାବ ଭଦ୍ରକର ଜିଲ୍ଲାର ଜନ ଜୀବନକୁ ବେଶ୍ ପ୍ରଭାବିତ କରିଛି।। ଭଦ୍ରକରେ ସମସ୍ତ ବ୍ୟାଙ୍କ ବନ୍ଦ ଯୋଗୁଁ ଲୋକମାନେ ଟଙ୍କା ପଇସା କରବାରେ ଅସୁବିଧା ଭୋଗ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ସଫଳ ହୋଇଛି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe