ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ୫ ଗିରଫଙ୍କୁ ଜାମିନ ଦେଲେ କୋର୍ଟ

କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍‌ଣରେ ଗିରଫ ହୋଇଥିବା ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Five persons granted bail

Five persons granted bail Photograph: (Sambad )

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍‌ଣରେ ଗିରଫ ହୋଇଥିବା ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଜାମିନଙ୍କ ସମେତ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍‌ବଣ୍ଡରେ ଜାମିନ ଆଧାରରେ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି।  

ଇନ୍‌ଫୋସିଟି ଥାନା ପୁଲିସ ଆଜି କିଟ୍ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରଶାସନିକ ନିର୍ଦ୍ଦେଶକ ପ୍ରତାପ ଚମ୍ପତି, ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଗିରଫ କରିଥିଲା। ପୁଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ‌ଏହି ଖବର ନେପାଳରେ ମଧ୍ୟ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ପୀଡିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।  ଶତାଧିକ ଛାତ୍ରଛାତ୍ରୀମାନେ ଆଜି କ୍ୟା‌ଣ୍ଡେଲ ଶୋଭାଯାତ୍ରା କରିଛନ୍ତି।  

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଆଜି ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍‌ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe