ଭୁବନେଶ୍ବର: ଚମକିବ ଓଡ଼ିଶାର ଜାତୀୟ ରାଜପଥ। ଆମେରିକା ଭଳି ଚକାଚକ ଦେଖାଯିବ ରାଜ୍ୟର ଜାତୀୟ ରାଜପଥ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ଏହା ଦ୍ବାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିଯିବ। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଭୁବନେଶ୍ବର ଗସ୍ତରେ ଏହା କହିଛନ୍ତି।
୪୦୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ପାଣି, ପରିବହନ, ଯୋଗାଯୋଗ ଭିତ୍ତିଭୂମିକୁ ବିକାଶ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଡ଼କ ପଥ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଛନ୍ତି।
ପୁରୀ ଜିଲ୍ଲାର ସାତପଡ଼ା-କୃଷ୍ଣପ୍ରସାଦ ମଧ୍ୟରେ ୫୦୦ କୋଟି ଟଙ୍କା ବ୍ୟୟରେ ୨ଟି ପୋଲ ନିର୍ମାଣ ପାଇଁ ଡିପିଆର ଖୁବ ଶୀଘ୍ର ପ୍ରସ୍ତୁତ ହେବ। ଏଠାରେ ଭୂମିପୂଜନ ପାଇଁ ଖୁବ ଶୀଘ୍ର ଓଡ଼ିଶା ଆସିବି। ସାଧାରଣ ନିର୍ବାଚନ-୨୦୨୪ ସମୟରେ ସମ୍ବିତ ପାତ୍ରଙ୍କ ପାଇଁ ପ୍ରଚାର ସମୟରେ ଲୋକଙ୍କୁ ମୁଁ ପ୍ରତିଶ୍ରୁତି ଦେଇଥିଲି। ଏହି ପ୍ରତିଶ୍ରୁତି ପୂରା କରିବି।
ଭୁବନେଶ୍ବରର ବରମୁଣ୍ଡାରେ ଆୟୋଜିତ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବବର୍ତ୍ତୀ ୬୦ ବର୍ଷରେ ଯାହା ହୋଇ ନାହିଁ, ତାହା ବିଗତ ୧୧ ବର୍ଷରେ ହୋଇପାରିଛି। ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି। ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ପୂରା କରିବୁ। ରାଜ୍ୟରେ ଏକାଧିକ ଜାତୀୟ ରାଜପଥ ନିର୍ମାଣ କାମ ଜାରି ରହିଛି। ଏଥିରେ ରାୟପୁର-ବିଶାଖାପାଟଣା କରିଡର ମଧ୍ୟ ସାମିଲ ରହିଛି, ଯାହା ଚଳିତ ବର୍ଷ ପୂରା ହେବ। ନବରଂଗପୁରରୁ ବିଶାଖାପାଟଣା ଯିବା ପାଇଁ ଏବେ ସାଢ଼େ ୮ ଘଣ୍ଟା ସମୟ ଲାଗୁଛି। ଏହି କରିଡ଼ର ପୂରା ହେଲା ପରେ ନବରଂଗପୁରରୁ ବିଶାଖାପାଟଣା ପହଞ୍ଚିବା ପାଇଁ ୪ ଘଣ୍ଟା ଲାଗିବ। ଫଳରେ ଲୋକଙ୍କର ସାଢ଼େ ୪ଘଣ୍ଟା ସମୟ ଲାଗିବ। ରାଜ୍ୟରେ ନିର୍ମାଣାଧୀନ ସବୁ ପ୍ରକଳ୍ପ ନିର୍ମାଣ କାମ ସରିବା ପରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ଭିତ୍ତିଭୂମି ବିକାଶରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି: ମୁଖ୍ୟମନ୍ତ୍ରୀ
ଶ୍ରୀ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଓ ପ୍ରାକୃତିକ ସଂପଦର ଅଭାବ ନାହିଁ। ଏସବୁର ବିନିଯୋଗ କରି ଓଡ଼ିଶାର ବିକାଶକୁ ନୂଆଁ ରୂପ ଦିଆଯାଇପାରିବ। ପାରାଦୀପ ଆସିବାକୁ ଅନେକ ସୁଯୋଗ ପାଇଛି। ପାରାଦୀପ ପାଇଁ ମୋର ଦୁର୍ବଳତା ଥିଲା। ଏହାର ବିକାଶ ପାଇଁ ଅନେକ ଉଦ୍ୟମ କରିଛି। ସାଗରମାଲା ପ୍ରକଳ୍ପରେ ପାରାଦୀପରେ ଭଲ କାମ ହୋଇଛି। ପ୍ରଭୁ ଜଗନ୍ନାଥଙ୍କ ମାଟିକୁ ଆସି ଧନ୍ୟ ମନେ କରୁଛି। ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଛନ୍ତି। ଦିଲ୍ଲୀ ଗଲା ପରେ ସେଠାରେ ସମୀକ୍ଷା କରିବି। ଏଥି ପାଇଁ ବ୍ୟସ୍ତ ହେବାର ନାହିଁ। ପୁରୀ-ଭୁବନେଶ୍ବର ୬ ଲେନ୍ ହେବ। ପୁରୀ-ଭୁବନେଶ୍ବର ମଧ୍ୟରେ ସର୍ଭିସ ରୋଡ ହେବ।
nitin gadkari
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/17/izRsV2VyGqztM80PQts1.jpg)