ସିଝିଲେ ଭୁବନେଶ୍ୱରବାସୀ: ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ

Advertisment

ଭୁବନେଶ୍ୱରବାସୀ ଆଜି ପ୍ରବଳ ଖରାରେ ସିଝିଛନ୍ତି। ସୂର୍ଯ୍ୟଦେବତାଙ୍କର ପ୍ରଖର କିରଣରେ ଛଟପଟ ହୋଇଛନ୍ତି। ସକାଳ ୮ଟା ଆରମ୍ଭ ହେବା ମାତ୍ରେ ନିଦାଘ ମାଡ଼ି ଆସିଥିଲା, ଯାହାକି ଅପରାହ୍‌ଣ ୪ଟା ଯାଏଁ ଲୋକଙ୍କୁ କଲବଲ କରିଥିଲା।

ଭୁବନେଶ୍ୱରବାସୀ ଆଜି ପ୍ରବଳ ଖରାରେ ସିଝିଛନ୍ତି। ସୂର୍ଯ୍ୟଦେବତାଙ୍କର ପ୍ରଖର କିରଣରେ ଛଟପଟ ହୋଇଛନ୍ତି। ସକାଳ ୮ଟା ଆରମ୍ଭ ହେବା ମାତ୍ରେ ନିଦାଘ ମାଡ଼ି ଆସିଥିଲା, ଯାହାକି ଅପରାହ୍‌ଣ ୪ଟା ଯାଏଁ ଲୋକଙ୍କୁ କଲବଲ କରିଥିଲା।

Sambalpur temperature

Sambalpur temperature Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରବାସୀ ଆଜି ପ୍ରବଳ ଖରାରେ ସିଝିଛନ୍ତି। ସୂର୍ଯ୍ୟଦେବତାଙ୍କର ପ୍ରଖର କିରଣରେ ଭୁବନେଶ୍ବରର ଜନତା ଛଟପଟ ହୋଇଛନ୍ତି। ସକାଳ ୮ଟା ଆରମ୍ଭ ହେବା ମାତ୍ରେ ନିଦାଘ ମାଡ଼ି ଆସିଥିଲା, ଯାହାକି ଅପରାହ୍‌ଣ ୪ଟା ଯାଏଁ ଲୋକଙ୍କୁ କଲବଲ କରିଥିଲା। ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରରେ ଆଜି ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି।  

ରାଜ୍ୟ ସାରା ଆଜି ପ୍ରବଳ ଖରା ଅନୁଭୂତ ହୋଇଛି। ସକାଳ ୮ଟାରୁ ସୂର୍ଯ୍ୟକିରଣର ପ୍ରଭାବ ଦେଖିବାକୁ ମିଳିଥିଲା। ଦିନ ୧୧ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ରାସ୍ତାଘାଟରେ କମ ଲୋକଙ୍କର ଯାତାୟତ ଦେଖିବାକୁ ମିଳୁଥିଲା। ବ୍ୟସ୍ତ ବହୁଳ ସ୍ଥାନଗୁଡ଼ିକରେ ଜନଗହଳିର ଅଭାବ ପରିଲକ୍ଷିତ ହେଉଥିଲା। 

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ୪୩.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା-ହୀରାକୁଦରେରେ ୪୧.୬, ରାଉରକେଲାରେ ୪୦.୪, ଚାନ୍ଦବାଲିରେ ୩୯.୭ ଓ ବାଲେଶ୍ବରରେ ମଧ୍ୟ ୩୯.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।  

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ୪୦.୪ ଡିଗ୍ରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରାl ଗତକାଲି ଏବଂ ମାର୍ଚ୍ଚ ୨୮ରେ ଏହା ପୂର୍ବରୁ ୨୦୨୫ରେ ୪୦.୨ ଡିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଥିଲା।

Weather | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe