ଶ୍ରୀମନ୍ଦିରରେ ପରିସ୍ରା କରିଦେଲା ଶିଶୁ: ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିର ଭିତର କାଠ ପାଖରେ ଜଣେ ଶିଶୁ ପରିସ୍ରା କରିଦେବାରୁ ଆଜି ସନ୍ଧ୍ୟାରେ ବଡ଼ ମହାସ୍ନାନ ହୋଇଛି। ସନ୍ଧ୍ୟା ୭ଟା ୪୫ରୁ ରାତି ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟାଘାତ ହୋଇଛି।

Puri

ପୁରୀ: ଶ୍ରୀମନ୍ଦିର ଭିତର କାଠ ପାଖରେ ଜଣେ ଶିଶୁ ପରିସ୍ରା କରିଦେବାରୁ ଆଜି ସନ୍ଧ୍ୟାରେ ବଡ଼ ମହାସ୍ନାନ ହୋଇଛି। ସନ୍ଧ୍ୟା ୭ଟା ୪୫ରୁ ରାତି ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟାଘାତ ହୋଇଛି। ଆସନ୍ତାକାଲି ଓଡ଼ିଶା ବନ୍ଦ ଥିବାରୁ ଆଜି ପ୍ରବଳ ଭକ୍ତ ସମାଗମ ହୋଇଥିଲା।

ଗାଡ଼ିମୋଟର ବନ୍ଦ ରହିବାକୁ ଥିବାରୁ ପୁରୀ ଆସିବା ସମ୍ଭବ ନ ହେବା ଭାବି ଆସନ୍ତାକାଲି ଆସିବାକୁ ଥିବା ଭକ୍ତମାନେ ଆଜି ଆସିଯାଇଥିଲେ। ସନ୍ଧ୍ୟା ସମୟରେ ସାଧାରଣତଃ ଭିଡ଼ ହୋଇଥାଏ। ଆଜି ସାଧାରଣ ଦର୍ଶନ ସମୟରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଭିତରେ ଶିଶୁଜଣେ ପରିସ୍ରା କରିପକାଇଥିବା ସେବାୟତ ଜାଣିବା ପରେ ୭ଟା ୪୫ରେ ବଡ଼ ମହାସ୍ନାନ ଘୋଷଣା କରିଥିଲେ। ୮ଟା ୪୦ରେ ଚୂନ ପାଣି ପଡ଼ିଥିବା ବେଳେ ୮ଟା ୫୫ରେ ମେକାପ ସିଂହାସନ ଧୁଆ କରାଇଥିଲେ। 

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ କାରଣରୁ ଆଜିଠାରୁ ପୁରୀରେ ଭିଡ଼ ଦେଖାଯାଇଛି। ଆସନ୍ତାକାଲି ଆସିବାକୁ ଥିବା ଭକ୍ତମାନେ ଆଜି ଆସିଯାଇଥିଲେ। ସନ୍ଧ୍ୟା ସମୟରେ ସାଧାରଣତଃ ଭିଡ଼ ହୋଇଥାଏ। ଆଜି ସାଧାରଣ ଦର୍ଶନ ସମୟରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଭିତରେ ଶିଶୁଜଣେ ପରିସ୍ରା କରିପକାଇଥିବା ସେବାୟତ ଜାଣିବା ପରେ ୭ଟା ୪୫ରେ ବଡ଼ ମହାସ୍ନାନ ଘୋଷଣା କରିଥିଲେ।

ବନକଲାଗି: ସନ୍ଧ୍ୟା ସାଢ଼େ ୬ରୁ ଦର୍ଶନ ବନ୍ଦ

ଆସନ୍ତାକାଲି ବା ୧୭ ତାରିଖରେ ଶ୍ରାବଣ କୃଷ୍ଣସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ସାଢ଼େ ୬ଟା ପରେ ବନକଲାଗି କରିବା ପାଇଁ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନକୁ ଉଠିବେ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିବ।। ଏହି ଗୁପ୍ତ ନୀତି ପାଇଁ ସାଢ଼େ ୬ଟା ପରେ ଆଉ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ। ୧୧ଟା ପରେ ଯଦି ପହୁଡ଼ ନୀତି ବଢ଼ି ନଥିବ ତେବେ ପୁଣି ସାଧାରଣ ଦର୍ଶନ ହେବ।

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe