Operation SIndoor Photograph: (sambad.in)
ବାମନାଳ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ। ଏହାପରେ ଆମ ଦେଶ ସୈନ୍ୟବାହିନୀଙ୍କ ଦ୍ଵାରା ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇ ଧଂଶ କରାଯାଇଥିଲା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ପୂର୍ଣେଶ୍ୱରି ମନ୍ଦିର ଠାରୁ ଦିଘାଳ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଏହି ଅପରେସନ ଦ୍ଵାରା ଭାରତର ତିନିସେନା ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ସ୍ଥଳୀ ଧଂଶ କରିବା ସହ ପାକିସ୍ତାନୀ ବିମାନଘାଟି ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା। ଏଥିରେ ପାକିସ୍ତାନ ମୁଣ୍ଡ ନୁଆଇଁବା ସହ ଆସ୍ତ୍ରବିରତି ଘୋଷଣା କରିଥିଲା। ଏହି ପରିପେଖିରେ ସେନା ବାହିନୀର ମନବଳ ବଢ଼ାଇବା ପାଇଁ ରାଜ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ପୂର୍ଣେଶ୍ୱରି ମନ୍ଦିର ଠାରୁ ଦିଘାଳ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ପୁରୀ ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ରନାଥ ତରାଇ, ୧୮ ନମ୍ବର ଜୋନର ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ନିମାପଡା ବ୍ଲକ ଉନ୍ନୟନ ଅଧିକାରୀ ଡ଼ଃ ଅଭିଜିତ ଷଡଙ୍ଗୀ, ନିମାପଡା ତହସିଲ୍ଦାର ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ, ମିସନଶକ୍ତିର ହଜାର ହଜାର ମହିଳାଙ୍କ ସହ ବ୍ଲକର ବିଭିନ୍ନ ସାମାଜିକ ସଂଗଠନ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଦେଶବାସୀଙ୍କୁ ସୁରକ୍ଷା ଦେବା ସହ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସକରି ବୀରତ୍ୱ ଏବଂ ସାହାସୀକତା ପରାକ୍ରମ ଦେଖାଇବା ଯବାନଙ୍କ ଲାଗି ଆମେ ଗର୍ବିତ ଥିବା କହି ସମସ୍ତେ ସଲାମ କରିଥିଲେ। ଏହା ସହ ଭାରତ ମାତାର ଜୟଗାନ କରିଥିଲେ।ଏହି ଶୋଭାଯାତ୍ରାରେ ସମସ୍ତେ ହାତରେ ତ୍ରିରଙ୍ଗା ପତକା ଧରି ଭାରତ ମାତାର ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ।
puri
Follow Us