କଟକ: ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ। ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ

Advertisment

ଆଜି ଅର୍ଥାତ୍ ଜାନୁଆରି ୪ ତାରିଖରେ କଟକର ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱରର ରାଜମହଲ ଛକରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅଭିଯୁକ୍ତ ଶ୍ରୀ ବାରିକଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବାରିକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଭିଯୁକ୍ତ ବିଜୟ ବାରିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ:Young Man Killed Kendrapara ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯୁବକ

ସରକାରୀ କ୍ୱାର୍ଟରରେ ଚଢ଼ାଉ

ଭୁବନେଶ୍ୱରର ୟୁନିଟ୍ ୧ ସ୍ଥିତ ବିଜୟ କୁମାର ବାରିକଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଛି। ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଥାନା ଅଧିକାରୀ

ନିଜେ ମହିଳା ହୋଇ ଜଣେ ଯୁବତୀଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଥାନା ଅଧିକାରୀ। ଅଭିଯୁକ୍ତ ଥାନା ଅଧିକାରୀ ହେଲେ ସୁକୁମା ହାଁସଦା। ଆଜି ସକାଳ ସାଢେ଼ ୧୦ଟା ସମୟରେ ଧରାପଡ଼ିଥିବା ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଘଟଣାଟି ଘଟିଛି କୋରାପୁଟଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ଥାନାରେ।

ଆହୁରି ପଢ଼ନ୍ତୁ:Kim Threatens: ମୋ ବନ୍ଧୁ ମାଦୁରୋଙ୍କୁ ଛାଡ଼ିଦିଅ ନଚେତ୍...,ଆମେରିକା-ଭେନେଜୁଏଲା ବିବାଦକୁ ଡେଇଁଲେ କିମ୍

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଏହି ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୀନସ୍ଥ ଛଟା ଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିବା ଦ୍ୱାରା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଥିଲେ।

ହେଲେ ଯୁବତୀଙ୍କୁ ଥାନା ଅଧିକାରୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଗରିବ ପରିବାରର ଝିଅ ହୋଇଥିବାରୁ ଏନେଇ ‌ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ସମ୍ପର୍କୀୟ ସୁରେଶ ସୁବୁଦ୍ଧିଙ୍କୁ ଠାରୁ ନଗଦ ୨୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। ଥାନା ଅଧିକାରୀ ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଥାନା କାର୍ଯ୍ୟାଳୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଆବଶ୍ୟକ ତଥ୍ୟ ଥାନା ଅଧିକାରୀ ଠାରୁ ସଂଗ୍ରହ କରି, ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଥିବା ଜଣାପଡିଛି।