ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ, ୩ ଗୁରୁତର

ଭଦ୍ରକ ଜିଲ୍ଲା ଧାମନଗର-ଦୋଭଲ ମୁଖ୍ୟ ରାସ୍ତା ଜରାନିବାସ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀ।

Duarasuni Ghati becomes death trap: A truck ran over the heads of a father and son

Duarasuni Ghati becomes death trap: A truck ran over the heads of a father and son Photograph: (sambad.in)

ଧାମନଗର: ବିଜୟା ଦଶମୀ ନଗର ପରିକ୍ରମା ଦେଖି ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର-ଦୋଭଲ ମୁଖ୍ୟ ରାସ୍ତା ଜରାନିବାସ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। 

ବିଳମ୍ବିତ ରାତିରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟୀ ଦଶମୀ ନଗର ପରିକ୍ରମା ଦେଖିବାକୁ ଲୋକ ଛୁଟି ଆସୁଥିଲେ। ଏହି ସମୟରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ଗୁରୁତର ହୋଇଥିବା ୩ ଜଣଙ୍କୁ କଟକ ସ୍ଥାନାନ୍ତାରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। 

ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟୀ ଦଶମୀ ନଗର ପରିକ୍ରମା ଦେଖିବାକୁ ଲୋକ ଛୁଟି ଆସୁଥିଲେ। ଏହି ସମୟରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ଗୁରୁତର ହୋଇଥିବା ୩ ଜଣଙ୍କୁ କଟକ ସ୍ଥାନାନ୍ତାରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। 

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe