ରାମନବମୀରେ ବିଶାଳ ଶୋଭାଯାତ୍ରା: ସାମିଲ ହେଲେ ବିଧାୟକ

ସାରା ଭାରତବର୍ଷରେ ରାମନବମୀ ପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ବଜାର ସମେତ ଆଖପାଖ ଗ୍ରାମାଞ୍ଚଳର ଶତାଧିକ ଶ୍ରୀରାମଙ୍କ ଭକ୍ତମାନେ ବିଭିନ୍ନ ସ୍ଥାନରୁ ବାଇକ ଶୋଭାଯାତ୍ର‌ାରେ ବାହାରିଥିବାର ଦେଖିବାକୁ ମିଳିଥିଲା।

ବୈଶିଙ୍ଗା: ସାରା ଭାରତବର୍ଷରେ ରାମନବମୀ ପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ବଜାର ସମେତ ଆଖପାଖ ଗ୍ରାମାଞ୍ଚଳର ଶତାଧିକ ଶ୍ରୀରାମଙ୍କ ଭକ୍ତମାନେ ବିଭିନ୍ନ ସ୍ଥାନରୁ ବାଇକ ଶୋଭାଯାତ୍ର‌ାରେ ବାହାରିଥିବାର ଦେଖିବାକୁ ମିଳିଥିଲା। ବିଶେଷ କରି ଯୁବ ଗୋଷ୍ଠୀ ମାନେ ଏହି ବାଇକ ଶୋଭାଯାତ୍ରାର ପ୍ରମୁଖ ଅଂଶ ଗ୍ରହଣ କରିଥିଲେl

ବୈଶିଙ୍ଗା ବଜାରସ୍ଥିତ ହନୁମାନ ବାଟିକାରେ ସମସ୍ତେ ଏକତ୍ରୀତ ହେବା ପରେ ମନ୍ଦିର ପରିସରରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲl ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ଯ ଉପସ୍ଥିତ ହୋଇଥିଲେl ଏହା ପରେ ମନ୍ଦିର ନିକଟରୁ "ଜୟ ଶ୍ରୀ ରାମ" ଧ୍ବନୀ ସହିତ ବାଇକ ଶୋଭାଯାତ୍ରା ବାହାରି ବୈଶିଙ୍ଗା ବଜାର ପରିକ୍ରମା କରିଥିଲାl ବଜରଙ୍ଗୀ କମିଟି, ଲକ୍ଷ୍ମୀନାରାୟଣ ମନ୍ଦିର କମିଟି ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କମିଟି ଓ ଏକାଧିକ ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ତରଫରୁ ଛକ ଛକରେ ରାଲୀରେ ଅଂଶ ଗ୍ରହଣ କାରୀଙ୍କୁ ଜଳପାନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲାl 

ହନୁମାନ ବାଟିକାରେ ସମସ୍ତେ ଏକତ୍ରୀତ ହେବା ପରେ ମନ୍ଦିର ପରିସରରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲl ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ଯ ଉପସ୍ଥିତ ହୋଇଥିଲେl

publive-image

ଶୋଭାଯାତ୍ରା ଚାଲିଥିବା ବେଳେ ସ୍ଥାନେ ସ୍ଥାନେ ବାଡ଼ି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲାl ଖୋଦ ବିଧାୟକ ମଧ୍ୟ ବାଡ଼ି ଖେଳରେ ଅଂଶ ଗ୍ରହଣ କରି ନିଜର ବାଡ଼ିଖେଳ କୌଶଳ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲାl ଏହା ପରେ ଶୋଭାଯାତ୍ରା ବୈଶିଙ୍ଗାରୁ ବାହାରି ପାଟୁଳିପୁରା, ନଡ଼ପୁର, ଆଗ୍ରିଆ, ଯୁଗଳ, ହାତୀଝୁରୀ, ସନ୍ତରା, ଛକ ଦେଇ ରଙ୍ଗାମାଟିଆ ହୋଇ ପୁଣି ବୈଶିଙ୍ଗା ଦେଇ ରୁପ୍ସା ରାସ୍ତାରେ ପଣସିଆ ହୋଇ ବଙ୍ଗାଳିଡାହି ନିକଟରେ ପହଞ୍ଚିଥିଲେl ସେଠାରେ ଆଜି ଶ୍ରୀହନୁମାନଙ୍କ ବିଶାଳକାୟ ମୂର୍ତ୍ତିଙ୍କର ପ୍ରତିଷ୍ଠା କାଯାଉଥିବାବେଳେ ସେଠାରେ ପହଞ୍ଚି ସମସ୍ତେ ପ୍ରସାଦ ସେବନ କରିଥିଲେl ଏହି ଶୋଭାଯାତ୍ରାକୁ ମୂଖ୍ୟତଃ ବୈଶିଙ୍ଗା ହନୁମାନ ମନ୍ଦିର କମିଟି ଓ ଧର୍ମଜାଗରଣ ସମିତିର ସଦସ୍ୟମାନେ ଆୟୋଜନ କରିଥିଲେl

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe