ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କାରେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଘସିଏନ ରାସ୍ତାରେ ବରପଦର ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ଧକ୍କା ହେବା ଦ୍ବାରା ଜୈନିକ ଯୁକ୍ତ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ହେଲେ ସମରେନ୍ଦ୍ର ଠାକୁର।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଘସିଏନ ରାସ୍ତାରେ ବରପଦର ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ଧକ୍କା ହେବା ଦ୍ବାରା ଜୈନିକ ଯୁକ୍ତ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ହେଲେ ସମରେନ୍ଦ୍ର ଠାକୁର।

Accident

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଘସିଏନ ରାସ୍ତାରେ ବରପଦର ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ଧକ୍କା ହେବା ଦ୍ବାରା ଜୈନିକ ଯୁକ୍ତ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ହେଲେ ସମରେନ୍ଦ୍ର ଠାକୁର।

ପୁଲିସର ସୂଚନା ଅନୁଯାୟୀ, ବଡପଡ଼ାର  ସମରେନ୍ଦ୍ର ଠାକୁର ଏକ ବାଇକ ଯୋଗେ ପାଟଣାଗଡ଼ ପଟକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା। ବରପଦର ନିକଟରେ ଉଭୟ ଟ୍ରାକ୍ଟର ଓ ବାଇକ୍ ଧକ୍କା ହୋଇଥିଲା। ଏଥିରେ ପାଟଣାଗଡ଼ ବଡପଡାର ସମରେନ୍ଦ୍ର ଠାକୁର ନାମକ ଜୈନିକ ଯୁବକ ଗୁରୁତର ହୋଇ ପଡ଼ିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ କହିଛନ୍ତି। 

Accident | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe