ବାଇକ୍‌ ଆରୋହୀ ଯୁବକଙ୍କୁ ୨୦ ମିଟର ଘୋଷାଡ଼ି ନେଲା ପିକ୍‌ଅପ୍‌

୧୦ ନମ୍ବର ରାଜ୍ୟ ରାଜପଥ କୁତ୍ରା ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ବୁଲାଣିରେ ଆଜି ଅପରାହ୍ନ ଅଢେଇଟା ସମୟରେ ରାଉରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ ଚକ ତଳକୁ ଜନୈକ ବାଇକ୍ ଚାଳକ ଆସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

Kutra

କୁତ୍ରା: ୧୦ ନମ୍ବର ରାଜ୍ୟ ରାଜପଥ କୁତ୍ରା ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ବୁଲାଣିରେ ଆଜି ଅପରାହ୍ନ ଅଢେଇଟା ସମୟରେ ରାଉରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ ଚକ ତଳକୁ ଜନୈକ ବାଇକ୍ ଚାଳକ ଆସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ପିକ୍‌ଅପ୍‌ଟି ଉକ୍ତ ଯୁବକକୁ ୨୦ ମିଟର ଘୋଷାଡ଼ି ନେଇଯାଇଥିଲା। ଫଳରେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଶବଟିକୁ ଏକ ହାଇଡ୍ରା ସାହାଯ୍ୟରେ ବାହାର କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ପଠାଇ ଅଧିକ ତଦନ୍ତ କରୁଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe