ଭାରସାମ୍ୟ ହରାଇ ଟ୍ରଲରକୁ ଧକ୍କା ଦେଲେ ବାଇକ୍‌ ଆରୋହୀ, ଘଟଣାସ୍ଥଳରେ ମୃତ୍ୟୁ

ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସନ୍ଥପଡା ଛକ ନିକଟରେ ସୋମବାର ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା।

talcher

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସନ୍ଥପଡା ଛକ ନିକଟରେ ସୋମବାର ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା।

ଏକ ଟ୍ରଲର ବଲହର ଛକ ପାଖରୁ ପରଜଙ୍ଗ ଆଡକୁ ଯାଉଥିଲା। ପଛରେ ମନୋଜ ଆଜି ନିଜ କାର୍ଯ୍ୟ ସାରି ତାଳଚେରରୁ ନିଜ ଘର ବାରିହାପୁରକୁ ଯାଉଥିଲେ। ହଠାତ ଟ୍ରଲରଟି ସନ୍ଥପଡା ଛକ ନିକଟରେ ବ୍ରେକ ମାରିଥିଲା। ଫଳରେ ମନୋଜ ଟ୍ରଲର ପଛର ପିଟି ହୋଇ ସେହିଠାରେ ମୃତ୍ୟୁ ବରଣ କରିଥିଲେ।  

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ରାସ୍ତାରୋକ ଆନ୍ଦୋଳନ କରିଥିଲେ। ପରେ ତାଳଚେର ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ  ରାସ୍ତାରୋକ ହଟିଥିଲା। ପୁଲିସ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

Accident | angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe