ଟ୍ରାକ୍ଟର ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ପଖନମୁଣ୍ଡା ଗାଁ ଛକ ଠାରେ ମଙ୍ଗଳବାର ରାତି ୭ଟା ସମୟରେ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।

Accident

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ପଖନମୁଣ୍ଡା ଗାଁ ଛକ ଠାରେ ମଙ୍ଗଳବାର ରାତି ୭ଟା ସମୟରେ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ସର୍ଦାପୁର ଗାଁର ବୀର କୂଅର (୪୦) ରାଜ ମିସ୍ତ୍ରୀ ଭାବରେ କଣ୍ଟାବାଞ୍ଜି ସହରରେ କାମ କରନ୍ତି। ଆଜି କାମ ସାରି କଣ୍ଟାବାଞ୍ଜିରୁ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦ୍ରୁତଗତି ଆସି ପଖନମୁଣ୍ଡା ଗାଁ ଛକ ଠାରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା

ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପଡ଼ିଥିବା ବେଳେ ସେହି ରାସ୍ତା ଦେଇ ସାମାଜସେବୀ ସୌଭାରାଜ ସିଂ ମାଝୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବୀରକୁ ଉଦ୍ଧାର କରି ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିଲେ ସେଠାରେ ଚିକିତ୍ସିଆ ଅବସ୍ଥାରେ ଡାକ୍ତରଖାନ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। 

ଏନେଇ ମୃତ ବୀରଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ। ସେପଟେ ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଫେରାର ହୋଇଥିବା ଜଣାପଡିଛି।

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe