ନିୟନ୍ତ୍ରଣ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ

Advertisment

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତେଲିଘଣା ବସ୍‌ଷ୍ଟାଣ୍ଡ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ଉପରେ ନିୟନ୍ତ୍ରଣ ହରାଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲା ତଳସରା ନୁଆଡିହି ଗ୍ରାମର ବିନୟ ପ୍ରଧାନ (୨୫)।

Accident

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତେଲିଘଣା ବସ୍‌ଷ୍ଟାଣ୍ଡ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ଉପରେ ନିୟନ୍ତ୍ରଣ ହରାଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲା ତଳସରା ନୁଆଡିହି ଗ୍ରାମର ବିନୟ ପ୍ରଧାନ (୨୫)।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯୁବକ ଜଣକ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବାଇକ୍‌ ଯୋଗେ ସୁନ୍ଦରଗଡ ପଟରୁ କୁତ୍ରାକୁ ଆସୁଥିବା ସମୟରେ ତେଲିଘଣା ନିକଟରେ ବାଇକ ଉପରୁ ନିୟନ୍ତ୍ରଣ ହରାଇବାରୁ ବାଇକ ସହ ତଳେ ପଡ଼ିଯାଇଥିଲେ।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଏଠାରେ ଚିକିତ୍ସା ଆରମ୍ଭର କିଛି ସମୟ ଭିତରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Accident | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe