ନନ୍ଦନକାନନର ସରୀସୃପ ଉଦ୍ୟାନରେ ଜନ୍ମ ନେଲେ ୫ଟି ନୀଳ ଇଗୁଆନା

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ପ୍ରଥମକରି ୫ଟି ନୀଳ ଇଗୁଆନା ଜନ୍ମ ନେଇଛନ୍ତି। ୩୩ ବର୍ଷର ବ୍ୟବଧାନ ପରେ ପ୍ରଥମ କରି ପ୍ରଜନନ ସଫଳ ହୋଇଛି। ନନ୍ଦନକାନରେ ଦୁଇଟି ବୟସ୍କ ଅଣ୍ଡିରା ଇଗୁଆନା ରହିଥିଲେ।

62c6925b-2dc9-4d3f-9972-159f277133e5

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ପ୍ରଥମକରି ୫ଟି ନୀଳ ଇଗୁଆନା ଜନ୍ମ ନେଇଛନ୍ତି। ୩୩ ବର୍ଷର ବ୍ୟବଧାନ ପରେ ପ୍ରଥମ କରି ପ୍ରଜନନ ସଫଳ ହୋଇଛି। ନନ୍ଦନକାନରେ ଦୁଇଟି ବୟସ୍କ ଅଣ୍ଡିରା ଇଗୁଆନା ରହିଥିଲେ। ସମବଂଶ ଜନିତ ବା ରକ୍ତଜ ମିଳନରୁ ପ୍ରଜନନ ସଫଳ ହେଉ ନଥିଲା।

ସମବଂଶୀ ମିଳନ ପ୍ରଥା ଉଛେଦ କରି ବଂଶ ବୃଦ୍ଧି କରିବା ଲାଗି ଗତବର୍ଷ ଅଗଷ୍ଟ ମାସ ୨୬ ତାରିଖରେ କୋଲକାତାର ଆଲିପୁରସ୍ଥିତ ଚ଼ିଡିଆଖାନାରୁ ୪ଟି ଅଣ୍ତିରା ଓ ୪ଟି ମାଈଙ୍କୁ ମିଶାଇ ମୋଟ ୮ଟି ଇଗୁଆନାଙ୍କୁ ଆଣିଥିଲେ।

d122026d-9002-45e2-901c-48ed8499a8d7

ସେହିଭଳି ଗତବର୍ଷ ନଭେମ୍ବର ୨୫ ତାରିଖରେ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରୁ ୨ଟି ମାଈ ଇଗୁଆନା ଆଣି ଥିଲେ। ଗତ କିଛି ଦିନ ତଳେ ସରୀସୃପ ଉଦ୍ୟାନରେ ନୀଳ ଇଗୁଆନା କିଛି ଅଣ୍ଡା ଦେଇଥଲେ। ସେ ଅଣ୍ଡା ମଧ୍ୟରୁ ଆଜି ୫ଟି ଶାବକ ବାହାରିଛନ୍ତି। ଶାବକଙ୍କ ମଧ୍ୟରୁ ଗୋଟିଏ ଅତ୍ୟନ୍ତ ଋଗୁଣ ଅବା ବେଲେ ଅନ୍ୟ ଦୁଇଟି ଦୁର୍ବଳ ଥିବାରୁ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ଵାରେନ୍ଟାଇକୁ ନେଇ ଚିକିତ୍ସା ପାଇଁ ରଖାଯାଇଛି। ନନ୍ଦନକାନନର ମୋଟ ଇଗୁଆନା ସଂଖ୍ୟା ୧୭କୁ ବୃଦ୍ଧି ହୋଇଛିl ଏମାନଙ୍କ ମଧ୍ୟରେ ୬ଟି ଅଣ୍ଡିରା ଓ ୬ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହେଇନଥିବା ନବଜାତ ଶାବକ ୫ଟି ଥିବା କର୍ତୁପକ୍ଷ ତ୍ସଚ଼ନା ଦେଇଛନ୍ତି।

Bhubaneswar | Nandankanan zoo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe