ରାଷ୍ଟ୍ରପତିଙ୍କ ନିରାମୟ ଓ ଦୀର୍ଘାୟୁ ଜୀବନ ପାଇଁ ପ୍ରାର୍ଥନା କଲେ ଗ୍ରାମବାସୀ

Advertisment

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଆଦିବାସୀ ପାରମ୍ପାରିକ ନୃତ୍ୟ ଓ ଧମସା ବାଦ୍ୟରେ ଦୁଲୁକି ଉଠିଲା ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପକଣ୍ଠ ପାହାଡ଼ପୁର ସମେତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଆଦିବାସୀ ପାରମ୍ପାରିକ ନୃତ୍ୟ ଓ ଧମସା ବାଦ୍ୟରେ ଦୁଲୁକି ଉଠିଲା ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପକଣ୍ଠ ପାହାଡ଼ପୁର ସମେତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ।

85c2ff5a-7a96-420b-837c-31e374c17115

Birthday celebration for President of India at Pahadapur in Mayurbhanj district.

ରାଇରଙ୍ଗପୁର/ବାଦାମପାହାଡ଼/ସୁଲେଇପାଟ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଉତ୍ସବମୁଖର ହୋଇଛି ପାହାଡ଼ପୁର ଗ୍ରାମ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକର ପାହାଡ଼ପୁର ଗ୍ରାମରେ ଦୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଆଦିବାସୀ ପାରମ୍ପାରିକ ନୃତ୍ୟ ଓ ଧମସା ବାଦ୍ୟରେ ଦୁଲୁକି ଉଠିଲା ପାହାଡ଼ପୁର ସମେତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ। ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ୬୩ ତମ ଜନ୍ମଦିବସ। ସେ ୧୯୫୮ ମସିହା ଜୁନ୍ ୨୦ ରେ ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ାରେ ଜନ୍ମଗ୍ରହଣ କରିଥିବା ଦେଶର ଏହି ପ୍ରଥମ ନାଗରିକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଜନ୍ମଦିନ ଅବସରରେ ସଜେଇ ହୋଇଛି ତାଙ୍କର ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମାରକୀ ଉଦ୍ୟେଶ୍ୟରେ ଗଢି ଉଠିଥିବା ଏସଏଲଏସ ବିଦ୍ୟାଳୟ। ତାଙ୍କର ଶଶୁର ଘର ଗାଁ ପାହାଡ଼ପୁରରେ ଥିବା ଏଲ୍ ଏଣ୍ଡ ଟି ହବ୍ ଦକ୍ଷତା ବିକାଶ କେନ୍ଦ୍ରରେ ମଧ୍ୟ ଖୁବ ଉତ୍ସାହର ସହିତ ଜନ୍ମଦିନ ପାଳନ ହୋଇଛି।

IMG20250620104956

ଏହି ଅବସରରେ ଉପସ୍ଥିତ ଜନତା ତାଙ୍କ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ଜନ୍ମଦିନ ଅବସରରେ ଅଞ୍ଚଳର ୬ ଶହରୁ ଊର୍ଦ୍ଧ୍ବ ଗରିବ ପରିବାରଙ୍କୁ ବାସନ ସେଟ, ବଡ ପଲିଥିନ, ବାଲ୍ଟି , ମଗ ଭାରତୀୟ ରେଡକ୍ରସ ପକ୍ଷରୁ ପ୍ରଦାନ କରାଯାଇଛି ଏବଂ ଖୁବ ଆନନ୍ଦ ଓ ଉତ୍ସାହର ସହିତ ଜନ୍ମଦିନ ପାଳନ କରିବା ସହିତ ତାଙ୍କ ନିରାମୟ ଓ ଦୀର୍ଘାୟୁ ଜୀବନ ଅତିବାହିତ କରିବା ସହିତ ସେ ଆଉଥରେ ରାଷ୍ଟ୍ରପତି ଭାବରେ ଅଳଙ୍କୃତ ହୋଇ ପୁଣି ଭାରତବାସୀଙ୍କ ସେବା କରନ୍ତୁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସହିତ ଭୋଜିର ମଧ୍ୟ ଆସର ଜମିଥିଲା।

ଜନ୍ମଦିନ ଉତ୍ସବ ଏସଏଲଏସ ଟ୍ରଷ୍ଟର ବ୍ରାଣ୍ଡ ଉପ ସଭାପତି ମୁନ୍ନା ପ୍ରତିହାରୀ, ଏସଏଲଏସ ସଂଯୋଜକ ସୁବୋଧ କୁମାର, ରେଡକ୍ରସ ସଦସ୍ୟ, ମାନସ ରଞ୍ଜନ ବେହେରା, ଏଲଏଣ୍ଡଟି ହବ୍‌ ର ଉପଦେଷ୍ଟା ନିରଞ୍ଜନ ମିଶ୍ର, ଏଲ୍‌ଏଣ୍ଡଟି ହବ୍‌ର ଅଧ୍ୟକ୍ଷ ସଞ୍ଜୟ ମାନସିଂ, କୁସୁମୀ ବ୍ଲକ ଅଧ୍ୟକ୍ଷା ମାଦେ ପୂର୍ତ୍ତି, ତୋଲକପଖରି ଗ୍ରାପ ସରପଂଚ ରୁକ୍ମଣୀ ମୁର୍ମୁ, ଏସ୍‌ଏଲଏସ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନ୍ମେଜୟ ଗିରି, ସମାଜସେବକ ଜଗନ୍ନାଥ ମୁର୍ମୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଏସଏଲଏସ ବିଦ୍ୟାଳୟର କର୍ମଚାରୀ,ଏଲଏଣ୍ଡଟି ହବ୍ ର କର୍ମଚାରୀ ଓ ଗ୍ରାମବାସୀ ମାନେ ସହୋଯଗ କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe