ଅନାସ୍ଥା ଭୋଟ ପୂର୍ବରୁ ନାଟକୀୟ ମୋଡ଼: ଛତିଶଗଡ଼ରେ ବିଶାଳ ଦାସ ଅଟକ

Advertisment

ଅଜ୍ଞାତବାସରେ ଥିବା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ନେତା ବିଶାଳ ଦାସଙ୍କୁ ରାତି ୨ଟାରୁ ଛତିଶଗଡ଼ର ମହାସମୁଦ ପୁଲିସ ଥାନାରେ ଅଟକ ରଖିଥିବା ଏକ ଭିଡିଓ ଭାଇରାଲ ହେଉଛି।

ଅଜ୍ଞାତବାସରେ ଥିବା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ନେତା ବିଶାଳ ଦାସଙ୍କୁ ରାତି ୨ଟାରୁ ଛତିଶଗଡ଼ର ମହାସମୁଦ ପୁଲିସ ଥାନାରେ ଅଟକ ରଖିଥିବା ଏକ ଭିଡିଓ ଭାଇରାଲ ହେଉଛି।

cv

ଝାରସୁଗୁଡ଼ା: ଆଜି ଦିନ ସାଢେ଼ ୧୦ଟା ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ସ୍ଵତନ୍ତ୍ର ଭୋଟିଂ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଘଟଣା ନାଟକୀୟ ମୋଡ଼ ନେଇଛି। ଅଜ୍ଞାତବାସରେ ଥିବା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ନେତା ବିଶାଳ ଦାସଙ୍କୁ ରାତି ୨ଟାରୁ ଛତିଶଗଡ଼ର ମହାସମୁଦ ପୁଲିସ ଥାନାରେ ଅଟକ ରଖିଥିବା ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଖୋଦ୍ ଶ୍ରୀ ଦାସ ତାଙ୍କୁ ଅଟକ କରାଯାଇଥିବା ନେଇ କହୁଥିବା ବେଳେ ଗଣତନ୍ତ୍ରର ହତ୍ୟା କରାନଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଖୋଦ୍ ଶ୍ରୀ ଦାସ ତାଙ୍କୁ ଅଟକ କରାଯାଇଥିବା ନେଇ କହୁଥିବା ବେଳେ ଗଣତନ୍ତ୍ରର ହତ୍ୟା କରାନଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ତେଣେ ବିଶାଳ ଦାସ ଓଡ଼ିଶାରେ ରିସୋର୍ଟ ପଲିଟିକ୍ସ ଆରମ୍ଭ କରିଥିବାର ମଧ୍ୟ କଥା କେତେକ ମତ ଦେଉଛନ୍ତି। କାରଣଏଭଳି ଘଟଣା ଓଡ଼ିଶାରେ ପ୍ରାୟତଃ ନାହିଁ କହିଲେ ଚଳେ।

ତେଣେ ବିଶାଳ ଦାସ ଓଡ଼ିଶାରେ ରିସୋର୍ଟ ପଲିଟିକ୍ସ ଆରମ୍ଭ କରିଥିବାର ମଧ୍ୟ କଥା କେତେକ ମତ ଦେଉଛନ୍ତି। କାରଣଏଭଳି ଘଟଣା ଓଡ଼ିଶାରେ ପ୍ରାୟତଃ ନାହିଁ କହିଲେ ଚଳେ।

ଏଣେ ପୁଲିସ ପକ୍ଷରୁ କୁହାଯାଉଛି ଯେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପରିବାରମାନେ ମିସିଂ ନେଇ ଅଭିଯୋଗ କରିଛନ୍ତି। ଏଣୁ ଏହାର କାର୍ଯ୍ୟାନୁଷ୍ଠାନସ୍ବରୂପ ଏଭଳି ପଦକ୍ଷେପ ନିଆଯାଇଛି। ଏବେ ଆଜିର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥାର ପରିଣାମ କଣ ହେଉଛି, ତାହା ଦେଖିବା କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe