ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ: ହାଇଦ୍ରାବାଦ୍‌କୁ ସ୍ଥାନାନ୍ତରିତ

ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରୁ ହାଇଦ୍ରାବାଦ୍‌ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍‌ଟ କରାଯାଇଛି।

Biswa Bhusan Harichandan

Biswa Bhusan Harichandan Photograph: (sambad.in)

ଭୁବନେଶ୍ବର: ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରୁ ହାଇଦ୍ରାବାଦ୍‌ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍‌ଟ କରାଯାଇଛି। ହାଇଦ୍ରାବାଦ୍‌ରେ ପହଞ୍ଚିଲା ପରେ ତାଙ୍କୁ ସେଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ତାଙ୍କର ପୁଅ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି

ଓଡ଼ିଶାର ବରିଷ୍ଠ ରାଜନେତା ତଥା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି। ତେଣୁ ତାଙ୍କୁ ପରିବାର ପକ୍ଷରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡକ୍ତରୀ ଟିମ୍‌ ହାଇଦ୍ରାବାଦ୍‌ ସ୍ଥାନାନ୍ତରିତ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି ଭାରତ-ଚୀନ୍: ଟ୍ରମ୍ପ୍

ସୂଚନାଯୋଗ୍ୟ, ଶ୍ରୀ ହରିଚନ୍ଦନ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଏହି ଖବର ପଢ଼ନ୍ତୁ: ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ। ପରେ ଭାରତ ସରକାର ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ବଦଳି କରିଥିଲେ। ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ଚାକିରି ସମୟରେ ମିଳିଲାନି: ଘୋଷଣାର ୩ବର୍ଷ ପରେ ମିଳିଲା ରାଜ୍ୟପାଳ ପୁରସ୍କାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe