ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱପଖାଳ ଦିବସ ପାଳିତ

Advertisment

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ସମ୍ବାଦ କାର୍ଯ୍ୟାଳୟ ପରିସରରେ କବିତା ଆସର ଓ ପଖାଳ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ସମ୍ବାଦ କାର୍ଯ୍ୟାଳୟ ପରିସରରେ କବିତା ଆସର ଓ ପଖାଳ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।

Rairangpur

Rairangpur Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ପଖାଳ ଦିବସ ଅବସରରେ ରାଇରଙ୍ଗପୁର ସମ୍ବାଦ ଅଫିସ କାର୍ଯ୍ୟାଳୟ ପରିସରରେ କବିତା ଆସର ଓ ପଖାଳ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।

ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଡ. ଦିଗମ୍ବର ଗିରି, ରଂଜନ ନନ୍ଦ, ସଂଯୋଜକ ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ସଦସ୍ୟ ଅଧ୍ୟାପକ ବିଜୟ କୁମାର ରାମ, ଗୋପାଳ କୃଷ୍ଣ ମହାନ୍ତି, କନକ ନ୍ୟୁଜ୍ ପ୍ରତିନିଧି ମଳୟ ଦାସ, ରାଜେନ୍ଦ୍ର ଦଳେଇ(ମିଟୁ ଭାଇ), ସାମ୍ବାଦିକ ପ୍ରଦୀପ ମହାନ୍ତ, ମେଘନାଦ ହେମ୍ବ୍ରମ, ଛଟରାୟ ମୁର୍ମୁଙ୍କ ସମେତ ରେଡି ଭାଲେନ୍ଟିଆରସର ସଦସ୍ୟ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ମେଘୁଆ ପାଗର କବିତା ଆସରରେ ସଦସ୍ୟମାନେ କବିତା ପାଠ କରିବା ସହିତ ପଖାଳ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ସମସ୍ତେ ଆନନ୍ଦ ସହକାରେ ପଖାଳ ସେବନ କରିଥିଲେ। ଏଥିରେ ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧକ୍ଷଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe