ନାରୀ ସୁରକ୍ଷା ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଆଜି ଭଦ୍ରକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି।

IMG_20250806_111525

ଭଦ୍ରକ: ସବୁଠି ଏବେ ନାରୀ ଅସୁରକ୍ଷିତ। ଗାଁ ଠୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ନାରୀ ଅସୁରକ୍ଷିତ। ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଆଜି ଭଦ୍ରକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି।

ଏହି ଅବସରରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ବିଜୁ ଛାତ୍ର ଜନତା ଦଳର ଶତାଧିକ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୋହନ ସରକାରଙ୍କ ଏକ ବର୍ଷ ଭିତରେ ନାରୀ ନିର୍ଯାତନା, ଦୁଷ୍କର୍ମ ବଢ଼ି ଚାଲିଛି। ଛାତ୍ରୀ ଏବେ କଲେଜ  ଆସିବାକୁ ନିରାପଦ ଭାବୁନାହାନ୍ତି। ତେଣୁ ଆଗାମୀ ଦିନରେ ନାରୀ ମାନଙ୍କୁ ସୁରକ୍ଷା ଦେବାପାଇଁ ଦାବି କରିଛନ୍ତି।

ସେହିପରି ଏଫ ଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଯେଉଁମାନେ ଦୋଷୀ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଛାତ୍ର ନେତାମାନେ କହିଛନ୍ତି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ପଙ୍କଜ ବଳ, ପ୍ରିୟବ୍ରତ ନାୟକ, ବିକାଶ ଶ୍ରେଷ୍ଠା, ଯୁବ ନେତା ସୁମନ ମହାପାତ୍ର, ସ୍ମାରକ ରଞ୍ଜନ ହୋତାଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତାମାନେ ଯୋଗଦେଇ ତୀବ୍ର ପ୍ରତିବାଦ କରିଥିଲେ।

ଆଗାମୀ ଦିନରେ ଛାତ୍ରୀମାନଙ୍କ ସୁରକ୍ଷା, କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଦିଆ ନଗଲେ ଦୁର୍ବାର ଆନ୍ଦୋଳନ ହେବା। ନାରୀମାନଙ୍କ ସୁରକ୍ଷା ପ୍ରତି ବିଜେପି ସରକାର ଆଖିବୁଜି ଦେଇଥିବା ବେଳେ ଆଜି ସବୁଠି ଜଣେ ନାରୀ ନିଜକୁ ଅସୁରକ୍ଷିତ ମଣୁଛି। ରାଜ୍ୟ ସରକାରଙ୍କର ପୁଲିସ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଆଜିର ପ୍ରତିବାଦ ସଭାରେ ଉପସ୍ଥିତ ନେତୃମଣ୍ଡଳୀ ଦାବି ଉପସ୍ଥାପନା କରିଥିଲେ। 

Bhadrak | BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe