ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ସେ ଆଜି ମୁମ୍ବାଇର ଘରୋଇ ଡାକ୍ତରଖାନାରେ ଥିବା ମେଡିକାଲ ବେଡରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିଛନ୍ତି। ସେ ରଥଯାତ୍ରା ଦେଖୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ‘ଇନ୍ଷ୍ଟାଗ୍ରମା‘ରେ ଏହି ଭିଡିଓକୁ ଭୈରବ କାର୍ତ୍ତିକ ପାଣ୍ଡିଆନ ଶେୟାର କରିଛନ୍ତି।
ନବୀନ ପଟ୍ଟନାୟକ ଗତ ୨୦ ତାରିଖ ଦିନ ମୁମ୍ବାଇ ଗସ୍ତ କରିଥିଲେ। ସେଠାରେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର କରିଥିଲେ। ଜୁନ ୨୨ରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା ଏବଂ ସେ ବର୍ତ୍ତମାନ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ ଜାରି କରି ଗତକାଲି କହିଥିଲେ, ଜୟ ଜଗନ୍ନାଥ, ଏବଂ ସମସ୍ତଙ୍କୁ ଏହି ପବିତ୍ର ଉତ୍ସବରେ ଆନନ୍ଦ ଓ ସମୃଦ୍ଧି କାମନା କରୁଛି। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ତାଙ୍କ ସୁସ୍ଥତାର ସୂଚନା ଦେବା ସହ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଗତ ୨୦ ତାରିଖ ଦିନ ମୁମ୍ବାଇ ଗସ୍ତ କରିଥିଲେ। ସେଠାରେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର କରିଥିଲେ। ଜୁନ ୨୨ରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା ଏବଂ ସେ ବର୍ତ୍ତମାନ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେ ଏବେ ଟିଭିରେ ଜଗନ୍ନାଥଙ୍କ ରଥଯାତ୍ରା ଦେଖିତିବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବାର ସଂକେତ ଦେଉଛି।
Naveen Pattnaik | BJD
Follow Us