ଦୁଷ୍କର୍ମ ମାମଲା: ଝାରପଡ଼ା ଜେଲ୍‌ ଗଲେ ବିଜେଡି ନେତା ଅମରେଶ ଜେନା

ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ  ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍‌ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍‌ ପଠାଇ ଦେଇଛି। 

New Project (32)

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ  ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍‌ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍‌ ପଠାଇ ଦେଇଛି। 

ଅମରେଶ ଜେନାକୁ ପୁଲିସ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା। ତାକୁ ସେଠାରୁ ଭୁବନେଶ୍ବର ଆଣିଥିଲା। କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। 

ଜେଲ୍‌ ଯିବା ପୂର୍ବରୁ ଅମରେଶ ଜେନା ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି। ଅମରେଶଙ୍କ ବଡ଼ଭାଇ ଦୀପକ‌ ଜେନା ମଧ୍ୟ ସମାନ କଥା କହିଥିଲେ। 

ଲକ୍ଷ୍ମୀସାଗର ପୁଲିସ ଗତକାଲି ଅମରେଶ ଜେନାକୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ‌ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭି‌ଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମ‌ରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ  ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ‌ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ‌ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା। 

BJD | Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe