ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିଗଞ୍ଜାମଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ। ପୁଲିସ ଭ୍ୟାନ୍ରେ ବିକ୍ରମଙ୍କୁ କୋର୍ଟ ନେଇଛି। ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ। ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ। ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଛି ବ୍ରହ୍ମପୁର ପୁଲିସ। ରିଜର୍ଭ ବାରାକରେ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା।
ବିକ୍ରମ ପଣ୍ଡାଙ୍କୁ ବାସଭବନରୁ ଉଠାଇ ଆଣି ଜେରା
ବିକ୍ରମ ପଣ୍ଡାଙ୍କୁ ଗଜପତି ନଗରସ୍ଥିତ ବାସଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣିଛି। ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି । ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ ହୋଇଛି।
ଆହୁରି ପଢ଼ନ୍ତୁ:Lawyer Pitabas Panda Murder ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ
୧୫ ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ
ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ। ଆଜି ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି। କିନ୍ତୁ ଏହାରି ଭିତରେ ବିକ୍ରମଙ୍କୁ ଗିରଫ କରିଛି ପୁଲିସ।
ଆହୁରି ପଢ଼ନ୍ତୁ:Under Construction Bridge: ଆଗକୁ ବଢୁନି ଡଗରାସାହି ରେଳ ଫ୍ଲାଏ ଓଭରବ୍ରିଜ୍ କାମ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।
ଉଲ୍ଲେଖଥାଉ କି, ଗତ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିଲା।