Jay Dholkia On BJD Photograph: (Sambad.in)
ନୂଆପଡ଼ା: ବିଜେଡି ମୋ ବାପାଙ୍କ ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନି, ବରଂ ବାପାଙ୍କ ଏୟାରଲିଫ୍ଟ ଖର୍ଚ୍ଚ ଆମ ପରିବାର କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ସ୍ପଷ୍ଟ ଭାବେ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ମିଛ କହିବାର ଗୋଟେ ସୀମା ଥାଏ। ତାକୁ ଲଂଘି ସାରିଲେଣି ବିଜେଡି ନେତାମାନେ। ମୋତେ ଭଲ ପୁଅ ନୁହେଁ ବୋଲି ସାର୍ଟିଫିକେଟ୍ ଦେବାକୁ ସେମାନେ କିଏ। ଆମ ପରିବାର ଭଲଭାବେ ଜାଣିଛନ୍ତି ମୁଁ ଭଲ ପୁଅ କି ନୁହେଁ। ମୋ ମାଆ (ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ) ମୋ ପାଇଁ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ଏହାଠାରୁ ଆଉ ବଡ଼ ପ୍ରମାଣପତ୍ର କିଛି ନୁହେଁ।
ମୁଁ ୧୦ଥର ଫୋନ କରିଥିଲି ନବୀନଙ୍କୁ, ଫୋନ ଉଠେଇଲେନି ଆଉ ସାହାଯ୍ୟ କଣ କରିବେ
ବାପା ହସ୍ପିଟାଲରେ ଥିଲା ବେଳେ ମୁଁ ୧୦ଥର ଫୋନ କରିଥିଲି ନବୀନଙ୍କୁ। ଫୋନ ଉଠେଇଲେନି, ଆଉ ସାହାଯ୍ୟ କଣ ଟା କରିବେ । ମୁଁ ମୋ ବାପାଙ୍କ ଆଦର୍ଶରେ ଅଛି । ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ନୂଆପଡା ରେ । ମାମୁଁଘର କୁ ୫ବର୍ଷରେ ଥରେ ଆସିନଥିଲେ ସ୍ନେହାଙ୍ଗିନୀ । ଏବେ ମନେ ପଡିଗଲା । ମୁଖ୍ୟମନ୍ତ୍ରୀ ଡେଲି ଫୋନ କରି ନୂଆପଡା କଥା ବୁଝୁଛନ୍ତି । ମୋ ପାଇଁ କଷ୍ଟକର ନୁହଁ ନୂଆପଡା । ନୂଆପଡା ମାଟି ଆସନ୍ତା ୧୪ରେ ତାର ଉତ୍ତର ଦେବ ।
ସେତେବେଳେ କିଛି କରିନଥିଲେ, ବିଜେଡି ନେତାଏ ଏବେ ଖାଲି କାନ୍ଦୁଛନ୍ତି
ବିଜେଡି ନେତାମାନେ କେବଳ ବ୍ୟକ୍ତିଗତ ଆକ୍ଷେପ କରିବାରେ ବ୍ୟସ୍ତ। ବାପାଙ୍କ ଜୀବିତାବସ୍ଥାରେ ତାଙ୍କ ପାଇଁ କିଛି କରିନଥିଲା ବିଜେଡି ନେତାଏ ଏବେ ଖାଲି କାନ୍ଦୁଛନ୍ତି। ଏକଥାକୁ ନୂଆପଡ଼ାବାସୀ ଭଲଭାବେ ବୁଝିସାରିଲେଣି। ଆଉ ଉପନିର୍ବାଚନରେ ଏହାର କଡ଼ା ଜବାବ ଦେବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।
ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ମରଶରୀର କେମିତି ଚେନ୍ନାଇରୁ ଆସିବ ସେଥିପାଇଁ ଚାର୍ଟର ଫ୍ଲାଇଟ୍ ବ୍ୟବସ୍ଥା କରିଥିଲେ। ଭର୍ଚୁଆଲ୍ ମୋଡରେ ବି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ହେଲେ ଜୟ ଢୋଲକିଆ କିନ୍ତୁ ସବୁ ଭୁଲି ବିଜେପିରେ ସାମିଲ ହେଇଥିଲେ ବୋଲି କହିଥିଲେ ସଞ୍ଜୟ ଦାସ ବର୍ମା । ଆଉ ଏହାର ଜବାବ ରଖିବା ସହ ସଞ୍ଜୟ ଦାସ ବର୍ମାଙ୍କ କଥାକୁ ଖଣ୍ଡନ କରି ଏକଥା କହିଛନ୍ତି ଜୟ ଢୋଲକିଆ ।
ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି
ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ନବୀନ ଫୋନ୍ କରି ତାଙ୍କ କଥା ବୁଝିନଥିଲେ।ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲେ, ହେଲେ ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି।
ଆହୁରି ପଢ଼ନ୍ତୁ: Amar join bjp: ପଦ୍ମ ଧରିଲେ ଅମର; ଅମର ବାବୁ ବିଜେଡିରେ ଅଣନିଃଶ୍ବାସୀ ହୋଇପଡ଼ୁଥିଲେ: ମୁଖ୍ୟମନ୍ତ୍ରୀ
ଏଣେ କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା। ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏହାର ଜବାବ୍ ରଖିଛନ୍ତି ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେତେବେଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା।
Follow Us