ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ଏଯାଏ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି। ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ବ ହେବାରେ କୌଣସି ଅସ୍ବାଭାବିକତା ନାହିଁ। କାରଣ ସେନେଇ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ବ ନେବେ। କିନ୍ତୁ ବିଜେଡି ଏକ ଆଞ୍ଚଳିକ ଦଳ, ପୁଣି ରାଜ୍ୟରେ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିଲା। ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହେବାରେ ନିଶ୍ଚିତ କିଛି ଅସୁବିଧା ବା ଦ୍ବନ୍ଦ୍ବ ରହିଥିବା କୁହାଯାଇପାରେ। ଏଥିଲାଗି ଚର୍ଚ୍ଚା ହେଉଛି ଯେ ବିଜେପିକୁ ଛକିଛି ବିଜେଡି। ଅର୍ଥାତ୍ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣାରେ ହିଁ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।
ଯଦି ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କୁ ମୁକାବିଲା କରିବା ଭଳି ପ୍ରାର୍ଥୀ ବିଜେଡି ପାଖରେ ନଥିବା ଆଲୋଚନା ହେଉଛି। ବିଜେପି ଏବେ ଶାସକ ଦଳ ଓ କ୍ୟାଡରଭିତ୍ତିକ ପାର୍ଟି। ଆରଏସଏସ୍ ଓ ଏହାର ଅନ୍ୟାନ୍ୟ ସଂଗଠନର ଲୋକେ ବି ବିଜେପି ପାଇଁ କାମ କରିବେ। ତେଣେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ପାରଂପାରିକ ଭୋଟ୍ ଓ ନିଜର ସ୍ବେଚ୍ଛାସେବାମୂଳକ କାମରେ ସହଯୋଗୀଙ୍କ ସଂଖ୍ୟା ଯଥେଷ୍ଟ, ଯାହା ବିଜେପିକୁ ବିଜୟ ଲାଗି ସହାୟକ ହେବ ବୋଲି ଆକଳନ କରାଯାଉଛି। ଏଣୁ ପରାଜୟର ଆଶଙ୍କାରେ ବିଜେଡି ନେତା ଥିବା କୁହାଯାଉଛି।
ଏହା ଅବଶ୍ୟ ଭିନ୍ନ କଥା ଯେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ କୌଣସି ଠୋସ୍ ନିଷ୍ପତ୍ତି ନେଇପାରୁନାହିଁ। ଅବଶ୍ୟ ଦଳର କେତେକ ନେତା ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବା ଜଣାଯାଇଛି। ନୂଆପଡ଼ା ବିଜେଡି ସଭାନେତ୍ରୀ ବିନ୍ଧ୍ୟେଶ୍ବରୀ ସାହୁ, ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ବିଜେଡି ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଓ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଦୌଡ଼ରେ ଥିବା ଜଣାଯାଇଛି। ଯଦି ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କୁ ମୁକାବିଲା କରିବା ଭଳି ପ୍ରାର୍ଥୀ ବିଜେଡି ପାଖରେ ନଥିବା ଆଲୋଚନା ହେଉଛି। ବିଜେପି ଏବେ ଶାସକ ଦଳ ଓ କ୍ୟାଡରଭିତ୍ତିକ ପାର୍ଟି। ଆରଏସଏସ୍ ଓ ଏହାର ଅନ୍ୟାନ୍ୟ ସଂଗଠନର ଲୋକେ ବି ବିଜେପି ପାଇଁ କାମ କରିବେ। ତେଣେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ପାରଂପାରିକ ଭୋଟ୍ ଓ ନିଜର ସ୍ବେଚ୍ଛାସେବାମୂଳକ କାମରେ ସହଯୋଗୀଙ୍କ ସଂଖ୍ୟା ଯଥେଷ୍ଟ, ଯାହା ବିଜେପିକୁ ବିଜୟ ଲାଗି ସହାୟକ ହେବ ବୋଲି ଆକଳନ କରାଯାଉଛି। ଏଣୁ ପରାଜୟର ଆଶଙ୍କାରେ ବିଜେଡି ନେତା ଥିବା କୁହାଯାଉଛି।
Follow Us