ବିଜେଡି ଛାଡ଼ି ଏମିତି ପ୍ରତିକ୍ରିୟା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର

ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିବାକୁ ନେଇ ବିଜେଡି ଭୁଲି ପାରି ନଥିବା ବେଳେ ଆଜି ପୁଣି ଜଣେ ଦଳର ନେତ୍ରୀ ଶଙ୍ଖ ଛାଡ଼ିଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। 

ଅଦ୍ୟତନ ହୋଇଛି
bijayalaxmi

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଆଜି କହିଥିଲେ ଯେ, ଆଗାମୀ ଦିନ‌ରେ ବହୁ ନେତା ବିଜେଡି ଛାଡ଼ିବେ। ଉଭୟ ନେତାଙ୍କ ବୟାନକୁ ୧୨ ଘଣ୍ଟା ନପୁରୁଣୁ ବିଜେଡିରୁ ‌ଜଣେ ନେତ୍ରୀ ଇସ୍ତଫା ଦେଇଛନ୍ତି। ସପ୍ତାହେ ପୂର୍ବରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିବାକୁ ନେଇ ବିଜେଡି ଭୁଲି ପାରି ନଥିବା ବେଳେ ଆଜି ପୁଣି ଜଣେ ଦଳକ ନେତ୍ରୀ ଶଙ୍ଖ ଛାଡ଼ିଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। 

ବିଜୟଲକ୍ଷ୍ମୀ ଦଳ ଛାଡ଼ିବାର କାରଣ ମଧ୍ୟ କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, କାରଣ ଦର୍ଶାଅ ନୋଟିସକୁ ନେଇ ବ୍ୟଥିତ, ମର୍ମାହତ ଥିଲି। କାରଣ କିଛି କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି। କିଛି ଦିନ ତଳେ ବିଜୟଲକ୍ଷ୍ମୀଙ୍କୁ କାରଣଦର୍ଶାଅ ନୋଟିସ୍ ହୋଇଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ନୋଟିସ୍ କରିଥିଲା। 

ଏହି ଖବର ପଢ଼ନ୍ତୁ: ବିଜେଡିର ଆୟୁଷ କେତେ ଦିନ?

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଗତ ୧୧ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡିର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଥିଲେ। ବାରବାଟୀ-କଟକ ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ନବୀନଙ୍କ ନେତୃତ୍ବକୁ ସେ ସମ୍ମାନ ଜଣାଇଥିଲେ। କିନ୍ତୁ ସେ ରାଷ୍ଟ୍ରୀୟ ଚିନ୍ତାଧାରାର ବ୍ୟକ୍ତି ଏବଂ ‌ସାଧାରଣ ଲୋକଙ୍କ ସମସ୍ୟା, ବିକାଶ ଓ ତୃଣମୂଳ ସଙ୍ଗଠନ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରୁଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେକଲେ ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ। ପ୍ରକାଶ ଜଣାଇଥିଲେ ଯେ ବାରବାଟୀ-କଟକର ଜନସାଧାରଣ ତାଙ୍କୁ ଯେତେବେଳେ ଲୋଡ଼ିବେ, ସେ ତାଙ୍କ ପାଖରେ ଛିଡ଼ା ହେବେ। କିନ୍ତୁ ଟାଙ୍ଗୀ-ସାଲେପୁର ଅଞ୍ଚଳବାସୀଙ୍କ ସହିତ ଦୀର୍ଘ ୨୫ ବର୍ଷ ଧରି ଯୋଡ଼ି ହୋଇଥିବାରୁ ସେ ବର୍ତ୍ତମାନ ସମୟରେ ସେମାନଙ୍କ ସହିତ ରହିବେ, ସେମାନଙ୍କ ଋଣ ସୁଝିବାକୁ ଉଦ୍ୟମ କରିବେ। 

ଏହି ଖବର ପଢ଼ନ୍ତୁ: ବିଜେଡି ଛାଡ଼ିଲେ ପ୍ରକାଶ ବେହେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe