ରାଜଧାନୀର ଏକ ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ଆଜି ରାଜଧାନୀର ଏକ ହୋଟେଲରେ ପୁଣି ଡେରା ପକାଇଛନ୍ତି କିଛି ବିଜେଡି ନେତା। ସେମାନେ ଦଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା କୁହାଯାଉଛି। ଏହା ଆଲୋଚନାରେ ବିଜେଡିର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି।

bjd

ଭୁବନେଶ୍ବର: ଗତକାଲି ବିଜେଡିର ବରିଷ୍ଠ  ଓ ଯୁବ ନେତାଙ୍କ ସହ ଆଲୋଚନା ପରେ ସେମାନଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ନ ଦେବାକୁ କହିବା ପରେ ଆଜି ରାଜଧାନୀର ଏକ ହୋଟେଲରେ ପୁଣି ଡେରା ପକାଇଛନ୍ତି କିଛି ବିଜେଡି ନେତା। ସେମାନେ ଦଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା କୁହାଯାଉଛି। ଏହା ଆଲୋଚନାରେ ବିଜେଡିର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି।

ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅଶୋକ ଚନ୍ଦ୍ର ପଣ୍ଡା, ଅନଙ୍ଗ ଉଦୟ ସିଂଦେଓ, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ମଲ୍ଲିକ, ଡାକ୍ତର ନୃସିଂହ ସାହୁ, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି କିଛି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି। ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି। କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ସବୁଠାର ବଡ଼ କଥା ହେଉଛି ହୋଟେଲ୍ ନିକଟରେ ଓହ୍ଲାଇବା ପରେ ଗାଡ଼ି ନେଇ ପଳାଇବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେତାମାନେ। ଭି.କେ. ପାଣ୍ଡିଆନଙ୍କ ବିରୋଧରେ ମେଳି ହେଲା କି ? କାହିଁକି ବରିଷ୍ଠ ନେତାମାନେ ଏକାଠି ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe